କନକ ବ୍ୟୁରୋ : ପୁରୀରେ ପର୍ଯ୍ୟଟକ ଘରୋଇ ହସ୍ପିଟାଲ କୋଭିଡ ଟେଷ୍ଟ କରିପାରିବେ । କିନ୍ତୁ ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣରେ ରହି ଏହି ଟେଷ୍ଟ କରିବାକୁ ପଡିବ । ଏହି ସୂଚନା ଦେଇଛନ୍ତି ସିଡିଏମଓ । ପାଖରେ କରୋନା ନେଗେଟିଭ୍ ରିପୋର୍ଟ ନଥିବା କାରଣରୁ ବଡଦେଉଳରେ ବଡଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିନଥିଲା ଅନେକ ଭକ୍ତଙ୍କୁ । ଜଗା ଦର୍ଶନ କରିନପାରି ବଡଦାଣ୍ଡରୁ କାନ୍ଦି କାନ୍ଦି ଫେରିଥିଲେ ଭକ୍ତ ।
ସେପଟେ ପୁରୀରେ ୧୦ ପର୍ଯ୍ୟଟକ କରୋନା ପଜିଟିଭ ବୋଲି ଜଣାପଡିବା ପରେ ଚିନ୍ତାରେ ପଡିଥିଲା ପ୍ରଶାସନ । ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ନେଇ ପ୍ରଥମେ କଟକଣା ଲଗାଇଥିଲେ ସିଡିଏମଓ । ଫଳରେ ଅନେକ ପର୍ଯ୍ୟଟକ କରୋନା ଟେଷ୍ଟ କରିପାରିନଥିଲେ ଏବଂ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା । ଏବେ ଏହି କଟକଣାକୁ ଉଠାଇ ନିୟନ୍ତ୍ରଣ ରଖି ଘରୋଇ ହସ୍ପିଟାଲ କୋଭିଡ ପରୀକ୍ଷା କରିପାରିବେ ବୋଲି ସିଡିଏମଓ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/15-7.jpg)