ଫୁଲୁରି ତେଲ ଏବଂ ଓଷୋ ଲାଗି ପରେ ବି ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ : ଉପଚାର ପାଇଁ ଆଜି ହେବ ଦଶମୂଳ ଲାଗି

Advertisment
ଫୁଲୁରି ତେଲ ଏବଂ ଓଷୋ ଲାଗି ପରେ ବି ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ : ଉପଚାର ପାଇଁ ଆଜି ହେବ ଦଶମୂଳ ଲାଗି

କନକ ବ୍ୟୁରୋ : ସ୍ନାନପୂଣ୍ଣିମା ଠାରୁ ଅସୁସ୍ଥ ଅଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା । ଫୁଲୁରି ତେଲ ଏବଂ ଓଷୋ ଲାଗି ପରେ ବି ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଆଜି ଦଶମୂଳ ଲାଗି କରାଯିବ । ମହାପ୍ରଭୁଙ୍କ ଗୁପ୍ତସେବାର ଏହେଉଛି ବିଶେଷ ନୀତି ।

ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଘରୁ ଏହି ଔଷଧ ଆସିଥାଏ । ତେଣୁ ରୋଗର ଉପଚାର ପାଇଁ ବୈଦ୍ୟଙ୍କ ପରାମର୍ଶରେ ଶ୍ରୀଜିଉଙ୍କୁ ଆଜି ମଧ୍ୟ ରାତ୍ରରେ ଦିଆଯିବ ଦଶମୂଳ ମହେଔଷଧୀ । ଏହା ସହ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଚକାବୀଜେ ନୀତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe