ହାଇକୋର୍ଟ ଗଲା ପୁରୀ ହାଜତ ମୃତ୍ୟୁ ମାମଲା । କୋର୍ଟଙ୍କ ତତ୍ୱବଧାନରେ ତଦନ୍ତ କରିବାକୁ ଆବେଦନ

111

କନକ ବ୍ୟୁରୋ : ହାଇକୋର୍ଟ ଗଲା ପୁରୀ ହାଜତ ମୃତ୍ୟୁ ମାମଲା । କୋର୍ଟଙ୍କ ତତ୍ୱବଧାନରେ ତଦନ୍ତ କରିବାକୁ ଆବେଦନ କରିଛନ୍ତି ଆବେଦନକାରୀ । ପୁରା ଘଟଣା ସଂପର୍କରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ତଥ୍ୟ ଦାଖଲ ପାଇଁ କୋର୍ଟଙ୍କ ନିର୍ଦେଶ ଦେଇଛନ୍ତି । ଆସନ୍ତା ସୋମବାର ଏହି ମାମଲାରେ ପରବର୍ତୀ ଶୁଣାଣୀ ହେବ ।

ପୁରୀରେ ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । ପରେ ହାଜତ ମୃତ୍ୟୁ ହୋଇଥିବା ନେଇ ପୁରୀ ଏସପି ଅଖିଳେଶ୍ୱର ସିଂ ସୂଚନା ଦେଇଥିଲେ । ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଯୁବକକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଥିଲେ ମୃତ ଯୁବକର ପରିବାର ଲୋକ ।

ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଂଚଳର କେ ରମେଶ । ବୟସ ୩୩ ବର୍ଷ । ଦୁଇ ଦିନ ତଳେ ପୋଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା । ଏନଏଚଆରସିଙ୍କ ଗାଇଡଲାଇନ ଅନୁସାରେ ବିଚାରବିଭାଗୀୟ ତଦନ୍ତ ହେବ ବୋଲି ଏସପି କହିଛନ୍ତି । ଅତିରିକ୍ତ ଏସପି ମାମଲାର ପରିଚାଳନା କରୁଛନ୍ତି । ହାଜତ ମୃତ୍ୟୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ।