ପୁରୀ ବାଣ ବିସ୍ଫୋଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ସେପଟେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ

184

କନକ ବ୍ୟୁରୋ : ପୁରୀ ବାଣ ବିସ୍ଫୋଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଯୋଗାଇଦେବାକୁ ଏସଆରସି ପ୍ରେସରିଲିଜ ଜାରି କରି ସୂଚନା ଦେଇଛନ୍ତି । ଅନ୍ୟପଟେ ୨୬ ଜଣ ଆହତ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ । ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୩୦ ଲକ୍ଷ ଟଙ୍କାର ସହାୟତା ଓ ଅନ୍ୟାନ ସୁବିଧା ଯୋଗାଇଦେବାକୁ ଦାବି ।