କନକ ବ୍ୟୁରୋ : ଜୁଲାଇ ୧୨ରେ ବିଶ୍ୱ ନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତାକୁ ନଜରରେ ରଖି ଏବେ ରଥଖଳା ହୋଇଉଠିଛି ଚଳଚଂଚଳ । ବିଶ୍ୱକର୍ମା ସେବକମାନେ କୋଭିଡ କଟକଣା ଭିତରେ ରଥ ନିର୍ମାଣକୁ ଶୃଙ୍ଖଳିତ ଓ ସୁସଂଗଠିତ ଭାବେ ଆଗେଇ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚାଲିଛି ତୁମ୍ଭକାର୍ଯ୍ୟ ।
ସେପଟେ ଆଜି ପୁଣି ରଥ ନିର୍ମାଣରେ ନିୟୋଜିତ ୬ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ଭୋଇ ସେବାୟତ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁଭଦ୍ରାଙ୍କ ରଥର ଜଣେ ମହାରଣା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୯୨ଜଣ ସେବାୟତ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/18-8.jpg)