କନକ ବ୍ୟୁରୋ: ଓଡ଼ିଶା ବନ୍ଦ ଭିତରେ ଏକ ବଡ଼ ଖବର ପୁରୀ ଶ୍ରୀମନ୍ଦିରରୁ ଆସିଛି । ଶ୍ରୀମନ୍ଦିରରେ ସେବାୟତ ମୁହାଁମୁହିଁ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିର ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଏପରିକି ଯାତ୍ରୀ ସହାୟକ ଦାମୋର ଗୋଚ୍ଛିକାର ଓ ସୁଆର ସେବାୟତ ଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଛି । ସାମାନ୍ୟ ବଚସାରୁ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ । ଦାମୋଦର ଗୋଚ୍ଛିକାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ତେବେ ସୂଚନା ମୁତାବକ, ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକଙ୍କ ସହ ବଚସା ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ସୁଆର ସେବାୟତ ଯାତ୍ରୀ ସହାୟକଙ୍କ ମୁଣ୍ଡରେ କୁଡୁଆକୁ ଛେଚି ଦେଇଥିଲେ । ଯାତ୍ରୀ ସହାୟକଙ୍କ ମୁଣ୍ଡ ଫାଟିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ ଥାନାରେ ଅଟକ ରହିଥିବା ଜଣାପଡ଼ିଛି ।