ଆଜି ବସିବ ଛତିଶା ନିଯୋଗ ବୈଠକ : ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ନେଇ ହୋଇପାରେ ନିଷ୍ପତ୍ତି

102

ଆଜି ଅପରାହ୍ନ ସାଢ଼େ ୪ଟାରେ ବସିବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଏହି ବୈଠକ ବସିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଳାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ସେବାୟତ ନିଯୋଗର କର୍ମକର୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗ ଦେବେ । ବିଶେଷ କରି କୋଭିଡ ସଂକ୍ରମଣ ଓ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ।

ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ଅନ୍ୟପଟେ ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଏଣିକି ଜିଲ୍ଲା ବାହାରର ଶବ ସତ୍କାର ହୋଇପାରିବ । ତେବେ ସ୍ୱର୍ଗଦ୍ୱାରରେ ମୃତକ ଜଣଙ୍କ କୋଭିଡ୍ରେ ଆକ୍ରାନ୍ତ ହୋଇନଥିବା ଆବଶ୍ୟକ । ଅନ୍ତିମ ସଂସ୍କାରରେ ସର୍ବାଧିକ ସାମିଲ ହୋଇପାରିବେ, ୧୦ ଜଣ । ଆଉ କୋଭିଡ ନିୟମ ପାଳନ କରିବାକୁ ପଡିବ । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ବାହାର ଜିଲ୍ଳାର ଶବ ସକ୍ରାର ଉପରେ ଗତ ୭ତାରିଖରେ କଟକଣା ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ ।