ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବସକୁ ଧକ୍କା ଦେଲା

454

କନକ ବ୍ୟୁରୋ: ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ତୀର୍ଥଯାତୀଙ୍କ ବସକୁ ପଛପଟୁ ଧକ୍କା ଦେଇଛି ହାଇୱା । ସକାଳ ସାଢେ ୫ଟାରେ ଏହି ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀ ବସ୍ଟି ଜାତୀୟ ରାଜପଥ କଡରେ ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଇଛି ହାଇୱା । ବଡଦେଉଳରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଭ୍ରମଣ କରୁଛନ୍ତି ଶ୍ରଦ୍ଧାଳୁ । ସେଥିପାଇଁ ରାୟଗଡା ପ୍ରଶାସନ ପକ୍ଷରୁ ବସ୍ ଯୋଗେ ତୀର୍ଥଯାତ୍ରୀଙ୍କୁ ପୁରୀ ନିଆଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବସଟି ୪୨ ଜଣଙ୍କୁ ନେଇ ଗତକାଲି ରାୟଗଡାରୁ ପୁରୀ ଅଭିମୁଖେ ବାହାରିିଥିଲା ବସ୍ ।