କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତତ୍ପର: ସିଲ୍ ହେଲା ଜିଲ୍ଲାର ସମସ୍ତ ପ୍ରବେଶ ପଥ; ପୁରୀର ୩ଟି ବଡ଼ ପରିବା ହାଟକୁ ସଂପୂର୍ଣ୍ଣ ବନ୍ଦ କଲା ପ୍ରଶାସନ

Advertisment
କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତତ୍ପର: ସିଲ୍ ହେଲା ଜିଲ୍ଲାର ସମସ୍ତ ପ୍ରବେଶ ପଥ; ପୁରୀର ୩ଟି ବଡ଼ ପରିବା ହାଟକୁ ସଂପୂର୍ଣ୍ଣ ବନ୍ଦ କଲା ପ୍ରଶାସନ

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପୁରୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପଡ଼ିଛି । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଏହା ସହ କାଲି ଠାରୁ ପୁରୀର ୩ଟି ବଡ଼ ପରିବା ହାଟ ବଡ଼ଶଙ୍ଖ ବଜାର, ପୁରୀର ପୌରସଂସ୍ଥା ବଜାର,ଲକ୍ଷ୍ମୀ ବଜାରକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଗତ ୩ ତାରିଖ ଠାରୁ ଜିଲ୍ଲା ଭିତରୁ କୌଣସି ବାହାର ଲୋକଙ୍କୁ ପ୍ରବେଶ କରାଯାଉ ନାହିଁ ।

ଜିଲ୍ଲାରେ କଡ଼ାକଡ଼ି କରାଯାଉଛି ପେଟ୍ରୋଲିଂ ବ୍ୟବସ୍ଥା । ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ପୁରୀ ବାସିନ୍ଦା ନିଜ ନିଜ ସାହିରୁ ଜିନିଷ ପତ୍ର କିଣିବା ପାଇଁ କୁହାଯାଇଛି । ଯଦି ସାହି ଦୋକାନ ମନଙ୍କରେ କୌଣସି ବ୍ୟତିକ୍ରମ ଦେଖା ଦେଲା ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁ୍ଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe