କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପୁରୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପଡ଼ିଛି । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଏହା ସହ କାଲି ଠାରୁ ପୁରୀର ୩ଟି ବଡ଼ ପରିବା ହାଟ ବଡ଼ଶଙ୍ଖ ବଜାର, ପୁରୀର ପୌରସଂସ୍ଥା ବଜାର,ଲକ୍ଷ୍ମୀ ବଜାରକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଗତ ୩ ତାରିଖ ଠାରୁ ଜିଲ୍ଲା ଭିତରୁ କୌଣସି ବାହାର ଲୋକଙ୍କୁ ପ୍ରବେଶ କରାଯାଉ ନାହିଁ ।
ଜିଲ୍ଲାରେ କଡ଼ାକଡ଼ି କରାଯାଉଛି ପେଟ୍ରୋଲିଂ ବ୍ୟବସ୍ଥା । ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ପୁରୀ ବାସିନ୍ଦା ନିଜ ନିଜ ସାହିରୁ ଜିନିଷ ପତ୍ର କିଣିବା ପାଇଁ କୁହାଯାଇଛି । ଯଦି ସାହି ଦୋକାନ ମନଙ୍କରେ କୌଣସି ବ୍ୟତିକ୍ରମ ଦେଖା ଦେଲା ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁ୍ଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/19-2.jpg)