ଦୀର୍ଘ ଗୋଟିଏ ବର୍ଷ ପରେ ଖୋଲିଲା ପୁରୀ ନିକଟସ୍ଥ ବ୍ଲୁ ସ୍ପୋର୍ଟ୍ସ ୱାଟର ପାର୍କ : ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସଂସ୍ଥା ପକ୍ଷରୁ ରଖାଯାଇଛି ଆକର୍ଷଣୀୟ ଅଫର

ପ୍ରଥମ ଦିନରେ ୱାଟର ପାର୍କରେ ଜମିଲା ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଭିଡ଼

140

କନକ ବ୍ୟୁରୋ : କୋଭିଡ୍ କଟକଣାର ଦୀର୍ଘ ଗୋଟିଏ ବର୍ଷ ପରେ ଖୋଲିଛି ପୁରୀ ବେଲଦଳରେ ଥିବା ବ୍ଲୁ ସ୍ପୋର୍ଟ୍ସ ୱାଟର ପାର୍କ । କରୋନା କାରଣରୁ ବନ୍ଦ ଥିବା ପାର୍କ ଖୋଲିବା ପରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୱାଟର ପାର୍କ ସାଙ୍ଗକୁ ଜଙ୍ଗଲ କ୍ୟାମ୍ପର ମଜା ନେଇଛନ୍ତି ପର୍ଯ୍ୟଟକ । ଏହି ୱାଟର ପାର୍କ ପୁଣି ଥରେ ଚଳଚଂଚଳ ହୋଇ ଉଠିଛି । ପର୍ଯ୍ୟଟନ ଦୃଷ୍ଟିରୁ ପୁରୀ ପର୍ଯ୍ୟଟକଙ୍କର ଏକ ପ୍ରମୁଖ କେନ୍ଦ୍ର ହୋଇଥିବା ବେଳେ ୱାଟର ପାର୍କ ସେମାନଙ୍କ ଆଗ୍ରହକୁ ଦୁଇ ଗୁଣିତ କରିଦେଉଛି ।

ବଡ଼ କଥା ହେଉଛି ଏଠାରେ ୪୦ ପ୍ରକାରର ମନୋରଂଜନ କାର୍ଯ୍ୟକ୍ରମ ସମେତ ଜଙ୍ଗଲ କ୍ୟାମ୍ପର ମଜା ଉଠାଇବାର ସମସ୍ତ ସୁବିଧା ରହିଛି । ବୋଟିଂ, ପାଡେଲିଂ, ରାଇଫଲ ସୁଟିଂ ଭଳି ବିଭିନ୍ନ ମନୋରଂଜନ ଭିତିକ ଉପକରଣ ଓ କାର୍ଯ୍ୟକ୍ରମର ସୁବିଧା ରହିଛି । କୋଭିଡ୍ କାରଣରୁ ଯୋଗୁଁ ବନ୍ଦ ଥିବା ଏହି ୱାଟର ପାର୍କ ଗତକାଲିଠାରୁ ପୁଣି ଥରେ ସ୍ୱାଭାବିକ ଚାଲିବ ବୋଲି ପାର୍କର ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।