ପ୍ରଚାର ବେଳେ ତଳେ ପଡିଗଲେ ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ । ପ୍ରଚଣ୍ଡ ଖରା ଯୋଗୁଁ ହୋଇଥିଲେ ଅସୁସ୍ଥ ।

339

କନକ ବ୍ୟୁରୋ: ଅସୁସ୍ଥ ହୋଇପଡିଥିବା ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବେ ସୁସ୍ଥ । କିଛି ଘଣ୍ଟା ତଳେ ପିପିଲି ନିକଟରେ ପ୍ରଚାର କରୁଥିଲେ । ଏହି ସମୟରେ ମୁଣ୍ଡ ବୁଲାଇ ଦେଇଥିଲା । ପରେ ରାଲିରୁ ବିରତି ନେଇଥିଲେ । ଏବେ ସେ ସୁସ୍ଥ ଅଛନ୍ତି । ଆଉ କିଛି ସମୟ ପରେ ଦଳୀୟ ପ୍ରଚାରରେ ଯୋଗଦେବେ । ନିର୍ବାଚନ ବେଳେ ରାତି ଦିନ ନେତାମାନେ ପ୍ରଚାର କରୁଛନ୍ତି । ଗତକାଲି ବିଳମ୍ବିତ ରାତି ଯାଏ ନିର୍ବାଚନ ସମୀକ୍ଷା କରିଥିଲେ ଅରୂପ ପଟ୍ଟନାୟକ ।