ପୁରୀ ବସକୁ ଭୁବନେଶ୍ୱର ମନା ! ତେଜିଲା ପୁରୀ-ଭୁବନେଶ୍ୱର ବସ୍ ମାଲିକ ସଂଘ ବିବାଦ,ପୁରୀ ରୁଟର ସମସ୍ତ ବସ୍ ଅଟକାଇବ ଭୁବନେଶ୍ୱର ମାଲିକ ସଂଘ

ପୁରୀ ବସକୁ ଭୁବନେଶ୍ୱର ମନା ! ତେଜିଲା ପୁରୀ-ଭୁବନେଶ୍ୱର ବସ୍ ମାଲିକ ସଂଘ ବିବାଦ,ପୁରୀ ରୁଟର ସମସ୍ତ ବସ୍ ଅଟକାଇବ ଭୁବନେଶ୍ୱର ମାଲିକ ସଂଘ

କନକ ବ୍ୟୁରୋ: ପୁରୀ ବସ ମାଲିକ ସଂଘ ଏବଂ ଭୁବନେଶ୍ୱର ବସ ମାଲିକ ସଂଘ ମଧ୍ୟରେ ବିବାଦ ତେଜିଛି । ଆଜି ପୁରୀ ମାଲିକଙ୍କ ବସ ଅଟକାଇବ ଭୁବନେଶ୍ୱର ମାଲିକ ସଂଘ । ପୁରୀ-କଟକ ରୁଟରେ ଆସୁଥିବା ସମସ୍ତ ବସକୁ ଅଟକାଇବାକୁ ନିଷ୍ପତି ହୋଇଛି । ଭୁବନେଶ୍ୱର ମାଲିକ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

publive-image

ତେବେ ପୁରୀ-କଟକ ରୁଟରେ ବସ ଅଟକାଇବା ଦ୍ୱାରା ଯାତ୍ରୀ ହଇରାଣ ହେବାର ଆଶଙ୍କା ରହିଛି । ବସର ସମୟ ନିର୍ଘଂଟକୁ କେନ୍ଦ୍ର କରି ପୁରୀ ଏବଂ ଭୁବନେଶ୍ୱର ବସ୍ ମାଲିକ ସଂଘ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି । ଯାହାଫଳରେ ପୁରୀ- ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇପାରୁନି ।

publive-image

ପୂର୍ବରୁ ପୁଲିସର ମଧ୍ୟସ୍ଥତାରେ ଅନେକ ଥର ବୈଠକ କରି ଦୁଇ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଛି । ମାତ୍ର ବୈଠକରେ ଯାହା ନିଷ୍ପତି ହୋଇଥାଏ, ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନଥିବା କିଛି ବସ୍ ମାଲିକ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe