ଜମି ମାଫିଆଙ୍କ କବଜାରେ ପୁରୀ ବେଳାଭୂମି ; ଚାଲିଛି ବେଆଇନ୍ ନିର୍ମାଣ 

Advertisment
ଜମି ମାଫିଆଙ୍କ କବଜାରେ ପୁରୀ ବେଳାଭୂମି ; ଚାଲିଛି ବେଆଇନ୍ ନିର୍ମାଣ 

କନକ ବ୍ୟୁରୋ: ପୁରୀ ବେଳାଭୂମି ବିକ୍ରି ମାମଲାକୁ ନେଇ ଆରମ୍ଭ ହୋଇଛି କାର୍ୟ୍ୟାନୁଷ୍ଠାନ । ନିୟମ ଭାଙ୍ଗି ବେଳାଭୂମୀରେ ଘର ନିର୍ମାଣ କରାଯାଉଛି । ଏହା ଜାଣିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପିକେଡିଏ ବା ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣଧିନ ସ୍ଥାନରେ ନୋଟିସ ମରାଯାଇଛି । ନିର୍ମାଣଧିନ ଘର ବେଆଇନ ଥିବା ଦର୍ଶାଇ ତୁରନ୍ତ ଘର ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବେଳାଭୂମୀକୁ ପ୍ଲଟିଂ କରି ନିର୍ମାଣ କାମ ଆରମ୍ଭ ହେବା ପାଇଁ ସିଆରଜେଡକୁ ଦାୟୀ କରାଯାଉଛି । ସିଆରଜେଡ୍ କର୍ତ୍ତୃପକ୍ଷ ପ୍ଲଟିଂ ଜାଗାର ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ ନକରି ନିର୍ମାଣ ଅନୁମତି ଦେଇଥିବା ଅଭିଯୋଗ ହୋଇଛି । ଏହା ପଛରେ ବଡ଼ବଡ଼ ଜମି ମାଫିଆମାନଙ୍କ ହାତ ରହିଥିବା କୁହାଯାଉଛି।

ପୁରୀ ପେଣ୍ଠକଟାଠାରୁ ଦିଗବାରେଣି ଛକ ହୋଇ ଷ୍ଟର୍ଲିନ୍ ପର୍ୟ୍ୟନ୍ତ ଲମ୍ବିଛି ବଙ୍ଗୋପସାଗରର ବିସ୍ତୃତ ବେଳାଭୂମି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ୨୦୧୯ ଗେଜେଟ୍ ନୋଟିଫିକେସନରେ ସ୍ପଷ୍ଟ ଉଲ୍ଲେଖ ରହିଛି, ସମୁଦ୍ର ଜଳରାଶି ତଥା ଏହାର ଜୈବିକ ବିବିଧତାର ସୁରକ୍ଷା ପାଇଁ ଏଠାରେ ସିଆଆରଜେଡ୍ ନିୟମ ଲାଗୁ କରାଯାଇଛି। କିନ୍ତୁ ଏହି ନିୟମର ଖୋଲା ଉଲ୍ଲଂଘନ କରି ଷ୍ଟର୍ଲିନ୍ ଛକ ବୁଲାଣି ନିକଟରେ ସମୁଦ୍ରକୁ ଲାଗି ବେଳାଭୂମି ଉପରେ କରାଯାଇଛି ପ୍ଲଟିଂ। ଆଉ ଏବେ ପ୍ଲଟିଂ ସ୍ଥାନରେ ନିର୍ମାଣ କାମ ମଧ୍ୟ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe