କନକ ବ୍ୟୁରୋ : ପୁରୀ ବାସେଳି ସାହି ହାଜତ ମୃତ୍ୟୁ ମାମଲା । ଘରକୁ ଫେରିଲେ ମୃତ କେ ରମେଶଙ୍କ ବାପା, ମାଆ । ୮ ଦିନ ପରେ ବାପା, ମାଆଙ୍କୁ ଛାଡ଼ିଲା ପୁଲିସ୍ । ରମେଶଙ୍କ ମୃତ୍ୟୁ ପରେ ଗତ ୧୮ ତାରିଖରୁ ଉଠାଇ ନେଇଥିଲା ପୁଲିସ୍ । ପୂର୍ବରୁ ମୃତ ରମେଶଙ୍କ ଦାଦାଙ୍କୁ ଛାଡ଼ିଥିଲା ପୋଲିସ । ଘଟଣାକୁ ନେଇ ପୂର୍ବରୁ ବହୁ ତୁମ୍ବିତୋଫାନ ହୋଇଥିବା ବେଳେ ଏ ପ୍ରସଙ୍ଗ ବିଧାନସଭାରେ ମଧ୍ୟ ଉଠିଥିଲା । ବିରୋଧୀଙ୍କ ଅଭିଯୋଗ କରିଥିଲେ ।

Advertisment

ପୋଲିସ ହେପାଜତରେ ରମେଶଙ୍କ ମୃତ୍ୟୁ ପରେ ତାଙ୍କର ବାପା, ମାଆ ଓ ଦାଦାଙ୍କୁ ନେଇ ଲାଗି ରହିଥିଲା ରହସ୍ୟ । କାରଣ ୧୯ତାରିଖରୁ ଏମାନଙ୍କୁ ଘରୁ ଉଠାଇ ନେଇଥିଲେ ପୁରୀ ପୋଲିସ । ପରେ ଘରକୁ ଫେରିଥିଲେ ରମେଶଙ୍କ ଦାଦା । ଆଉ ୮ ଦିନ ପରେ ବାପା, ମାଆଙ୍କୁ ପୋଲିସ ତାଙ୍କୁ ଛାଡି ଦେଇଛି ।