ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ଛୋଟ ହେଲା ବଡ଼ଦାଣ୍ଡର ବ୍ୟାରିକେଡ : ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ଦେଇ ଯିବେ ଶ୍ରଦ୍ଧାଳୁ

119

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ପୁରୀ ବଡ଼ଦାଣ୍ଡରୁ ହଟିଲା ବ୍ୟାରକେଡ । ଜଗାକୁ ଦେଖିବାକୁ ଆଉ ଭକ୍ତକୁ ବେଶି ବାଟ ଚାଲିବାକୁ ପଡିବନାହିଁ । ମ୍ୟାର୍କେଟ ଛକ ବଦଳରେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ରହିବ ବ୍ୟାରିକେଡ । ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ କରାଯାଇଥିଲା ।

ଫଳରେ ଭକ୍ତଙ୍କୁ ୨ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡୁଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କନକ ନ୍ୟୁଜରେ ମଧ୍ୟ ଏନେଇ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ଅନେକ ବାଟ ଚାଲିବାକୁ ପଡୁଥିବାରୁ ବରିଷ୍ଠ ନାଗରିକ ମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ରହିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।