ଶ୍ରୀମନ୍ଦିରରେ ବଡଠାକୁରଙ୍କ ବନକ ଲାଗି ନୀତି : ୪ଘଂଟାର ଗୁପ୍ତ ସେବା ଯୋଗୁଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ

ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ଦତମହାପାତ୍ର

128

କନକ ବ୍ୟୁରୋ : ଚୈତ୍ର ଶୁକ୍ଳ ତୃତୀୟା ତିଥୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୁପ ସରିବା ପରେ ଦତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହ ମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।

ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳାରଙ୍ଗରେ ଚମକିବ ମହାପ୍ରଭୁଙ୍କ ଶ୍ରୀମୁଖ । ଏହା ଏକ ଗୁପ୍ତ ସେବା ଓ ପ୍ରାୟ ୪ଘଂଟାର ନୀତି ହୋଇଥିବା କାରଣରୁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଆଜି ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହୋଇଛି । ଭୋର ୫ଟା ୩୫ରେ ଦ୍ୱାର ଫିଟା ନୀତି ସମ୍ପନ୍ନ ହୋଇଥିବା ବେଳେ ୬ଟା ୨୦ରେ ମଙ୍ଗଳ ଆଳତି ଅନୁଷ୍ଠିତ ହେବା ସହ ଦୈନନ୍ଦିନର ଅନ୍ୟାନ୍ୟ ନୀତି ଆଗକୁ ବଢିଛି ।