ପୁରୀ ବାଣ ବିସ୍ପୋରଣ ଘଟଣା:ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ।

232

କନକବ୍ୟୁରୋ: ପୁରୀ ବାଣ ବିସ୍ପୋରଣ ଘଟଣା ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ନିତି ଚାଲୁଥିବା ବେଳେ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଆଉଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୁଚନା ଦେଇଛନ୍ତି ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଆହତ ହୋଇଥିବା ଅନେକ ବ୍ୟକ୍ତି ବର୍ତ୍ତମାନ ଚିକିସାଧୀନ ଅବସ୍ଥାରେ ରହିଛନ୍ତି । ଏଥିସହ ସରକାର ସ୍ଥିତି ଉପରେ ନଜର ରଖୁଥିବା କୁହାଯାଉଛି । ସେହିପରି ମୃତକଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ପ୍ରାୟ ୪୦ଜଣ ଆହତ ହୋଇଥିଲେ ।ଯେଉଁମାନଙ୍କର ସ୍ଥିତି ଗମ୍ଭୀର ଥିଲା ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସାମାନ୍ୟ ଆହତ ଥିବା ଲୋକଙ୍କୁ ପୁରୀ ବଡ ମେଡିକାଲରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା ।