କନକ ବ୍ୟୁରୋ : ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଭେଟି ବଗଲା ଜମି ବିବାଦ ପ୍ରସଙ୍ଗରେ ଜଣାଇଛନ୍ତି ସମ୍ବିତ ପାତ୍ର । ବଗଲା ଧର୍ମଶାଳାକୁ ନେଇ ଓଡିଶା ସରକାର ବେଆଇନ୍ କାରବାର କରିଛନ୍ତି ।
ସେନେଇ ଆଜି କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ପ୍ରସାଦ ଯୋଜନାରେ ହେଉଥିବା କାମକୁ ଅଟକାଇ ବଗଲା ଧର୍ମଶାଳା ଜମିକୁ ବେଆଇନ୍ ଭାବେ ରାଜସ୍ୱ ବିଭାଗ ହାତକୁ ନେଇ କିଛି ଲଜ୍ ମାଲିକଙ୍କୁ ଦିଆଯାଇଥିବା ବିଷୟରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/21-24.jpg)