ଆଜିଠାରୁ ପୁରୀରେ ବଡ଼ ଆଖଡ଼ା ମଠର ଉଚ୍ଛେଦ । ୬ ଟି ଜେସିବି ମେସିନରେ ଚାଲିଛି ଭଂଗା କାମ, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ । 

356

କନକ ବ୍ୟୁରୋ : ଆଜି ଭଂଗା ହେଉଛି ପୁରୀର ବଡଆଖଡା ମଠ । ଆମିକସକ୍ୟୁରୀ ପୁରୀ ଗସ୍ତ କରି ଉଚ୍ଛେଦ ପ୍ରକ୍ରିୟାକୁ ସଠିକ୍ କହିବା ପରେ, ସରକାର ଉଚ୍ଛେଦ ପାଇଁ ଦେଇଛନ୍ତି ଗ୍ରୀନ୍ ସିଗନାଲ୍ । ଏହା ପରେ ଆରମ୍ଭ ହୋଇଛି ପୁରୀ ବଡ ଆଖଡାମଠ ଉଚ୍ଛେଦ କାମ ।

ସାଧୁସନ୍ଥଙ୍କ ବିରୋଧ ପରେ ବଡଆଖଡା ମଠ ଉଚ୍ଛେଦ ଗତ ୩ ଦିନ ଧରି ବନ୍ଦ ରହିଥିଲା । ରାମାନନ୍ଦ ସଂପ୍ରଦାୟର ଏହି ମଠ ହେଉଛି ୧୪ ଶହ ଖ୍ରୀଷ୍ଟାବ୍ଦର । ଏହାର କୋଠାକୁ ଅସୁରକ୍ଷିତ ଦର୍ଶାଇ ପ୍ରଶାସନ ଆଜି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ବଡଆଖଡା ମଠ ଉଚ୍ଛେଦ ପାଇଁ ୬ଟି ଜେସିବି ନିୟୋଜିତ ହୋଇଥିବା ବେଳେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।