ଆଜିଠୁ ଆରମ୍ଭ ହେବ ପୁରୀ ଲିଙ୍ଗରାଜ ପ୍ରକଳ୍ପ କାମ: ଲିଙ୍ଗରାଜରେ ଜବରଦଖଲ ହଟେଇବାକୁ ପୁଣି ଚାଲିବ ବୁଲଡୋଜର; ପୁରୀରେ ବି ଚାଲିବ ଉଚ୍ଛେଦ

ତାଲାବନ୍ଦ କାରଣରୁ ୨ ମାସ ଧରି ବନ୍ଦ ପଡିଥିଲା କାମ

149

କନକ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର କାମ । ଏହି ଦୁଇ ପ୍ରକଳ୍ପର ଅଗ୍ରଗତି ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଆଜି ଲିଙ୍ଗରାଜ ମନ୍ଦିର ନିକଟବର୍ତି ଅଂଚଳରୁ ହଟିବ ଜବରଦଖଲ । ତାଲାବନ୍ଦ ଯୋଗୁଁ ଦୁଇମାସ ହେଲା ଏହି କାମ ବନ୍ଦ ହୋଇ ରହିଥିଲା । ଏହା ଏବେ ଆଜିଠାରୁ ଆରମ୍ଭ ହେବ ।

କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ସାମାଜିକ ଦୂରତା ଓ ଅନ୍ୟ ଗାଇଡଲାଇନକୁ ପାଳନ କରି କରାଯିବ ଉଛେଦ କାମ । ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମା ର୍କେଟ କମ୍ପ୍ଲକ୍ସେ ପାଇଁ ଜମି ଅଧିଗ୍ରହଣ ସରିଛି । ଆଉ ଅଳ୍ପଜମିର ଅଧିଗ୍ରହଣ ୨-୩ ମାସ ମଧ୍ୟରେ ସରିବ । ସେହିଭଳି ଶ୍ରୀଜଗନ୍ନାଥ ହେରିଟେଜ କରିଡର, ବଡଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର ପାଇଁ ଡିଜାଇନ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତୀ ଅଂଚଳର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ।