କନକ ବ୍ୟୁରୋ : ପୁରୀରୁ ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ନେଇ ଡିଜିପି ପ୍ରତିକ୍ରିୟା ଦେଇଛନ୍ତି । ନଏଚଆରସିଙ୍କ ଗାଇଡଲାଇନ ଅନୁସାରେ ତଦନ୍ତ ହେବ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବୋଲି ଡିଜିପି କହିଛନ୍ତି । ସେହିପରି ହାଜତ ମୃତ୍ୟୁ ହୋଇଥିବା ନେଇ ପୁରୀ ଏସପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି । ଏନଏଚଆରସିଙ୍କ ଗାଇଡଲାଇନ ଅନୁସାରେ ବିଚାରବିଭାଗୀୟ ତଦନ୍ତ ହେବ ବୋଲି ଏସପି କହିଛନ୍ତି । ଅତିରିକ୍ତ ଏସପି ମାମଲାର ପରିଚାଳନା କରିବେ । ଏଚଆରପିସି ଡିଏସପି ଘଟଣାର ତନ୍ତ କରିବେ ।
ହାଜତ ମୃତ୍ୟୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ମେଡିକାଲ ନେବା ବାଟରେ ତାଙ୍କର ଯୁବକଙ୍କ ମୃତ୍ୟୁ ହୋଇଥିବା ଅଖିଳେଶ୍ୱର ସିଂ କଂହିଛନ୍ତି । ପୋଲିସ ଯୁବକକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଥିଲେ ମୃତ ଯୁବକର ପରିବାର ଲୋକ । ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଂଚଳର କେ ରମେଶ । ବୟସ ୩୩ ବର୍ଷ । ଦୁଇ ଦିନ ତଳେ ପୋଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/36-9.jpg)