କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ପଥ ପ୍ରସ୍ତୁତ । ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା । ରଥ ଖଳାରେ ଆଜ୍ଞାମାଳ ବିଜେ ନୀତି, ସିଂହଦ୍ୱାର ଅଭିମୁଖେ ୩ ରଥ । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂରତି । ରଥଯାତ୍ରାର ପୂର୍ବ ପ୍ରସ୍ତୁତି ଯୋଗୁଁ ଭକ୍ତଙ୍କ ପାଇଁ ଆଜି ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସଂପାଦନ ପ୍ରସ୍ତୁତି ପାଇଁ ସନ୍ଧ୍ୟା ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
କାଳିଆ ପ୍ରେମରେ ବିଦେଶିନୀ । ରୁଷିଆ ଯୁବତୀଙ୍କ କଣ୍ଠରେ ଜୟ ଜଗନ୍ନାଥ । ବଡ଼ଦାଣ୍ଡରେ ସଙ୍କୀର୍ତ୍ତନ କରିବା ସହ କୃଷ୍ଣଲିଳା ପ୍ରଚାର କରୁଛନ୍ତି ରୁଷିଆ ଯୁବତୀ । ରଥଯାତ୍ରା ଅବସରରେ କୃଷ୍ଣଲିଳାର ପ୍ରଚାର ପ୍ରସାର ପାଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ବିଦେଶିନୀ । କୃଷ୍ଣଙ୍କ ଲିଳା ସମ୍ପର୍କୀତ ବହି ବିକ୍ରି କରିବା ସହ ପ୍ରେମ ଓ ଶାନ୍ତିର ବାର୍ତ୍ତା ବାଣ୍ଟୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/13-26.jpg)