କନକ ବ୍ୟୁରୋ : ଶ୍ରୀମନ୍ଦିରର ୭୫ମିଟର ସୁରକ୍ଷା ଯୋନରେ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି । ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲରେ ନେଇଥିଲେ । ଆଜି ପୋଲିସ ଫୋର୍ସ ଉପସ୍ଥିତିରେ ଏହାର ଉଚ୍ଛେଦ କରାଯାଉଛି । ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଚାଲୁ ରହିଛି । ଉଚ୍ଛେଦକୁ ନେଇ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହିିଥିଲେ । ସୁରକ୍ଷା ଦୃଷ୍ଟିରୁ ସେହି ଅଂଚଳକୁ ସିଲ କରାଯାଇଛି ।