୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି । ବାଧ୍ୟତାମୂଳକ ନୂହେଁ କୋଭିଡ଼ ନେଗେଟିଭ ରିପୋର୍ଟ । ୩୦ ହଜାର ଭକ୍ତ କରିପାରିବେ ଦର୍ଶନ

ସେପଟେ କାଲିଠୁ ଖୋଲିବ ଘଟଗାଁର ପ୍ରସିଦ୍ଧ ତାରିଣୀ ମନ୍ଦିର

117

କନକ ବ୍ୟୁରୋ: ପୁରୀରେ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଦର୍ଶନ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଦର୍ଶନ ବେଳେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀବାସୀ ପରିଚୟପତ୍ର ଦେଖାଇ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ସକାଳ ୬ଟାରୁ ୭ଟା ମଧ୍ୟରେ ପୁରୀବାସୀ କରିବେ ଦର୍ଶନ । ପ୍ରଥମ ଦୁଇ-୩ ଦିନ ମାର୍କେଟଛକରୁ ଦର୍ଶନାର୍ଥୀଙ୍କ ପାଇଁ ହେବ ଲାଇନ ବ୍ୟବସ୍ଥା । ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଅନ୍ୟପଟେ ଖୋଲିବ ଘଟଙ୍ଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶକ କରିବେ ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆସନ୍ତାକାଲି ଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି ।

ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଙ୍କୁ ଦର୍ଶନ କରିପାରିବେ । ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ , ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।