କନକ ବ୍ୟୁରୋ : ପ୍ରତିବର୍ଷ ଆଡ଼ପ ଅବଢ଼ା ନେବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ରହିଥାଏ । ଚଳିତବର୍ଷ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଆଡପ ଅବଢ଼ା ନେବା ପାଇଁ ୩ହଜାର ଶ୍ରଦ୍ଧାଳୁ ଟୋକନ୍ ନେଇଥିଲେ ବି କମ ସଂଖ୍ୟକ ଶ୍ରଦ୍ଧାଳୁ ଅବଢ଼ା ନେଇଥିଲେ ବି କମ୍ ସଂଖ୍ୟକ ଶ୍ରଦ୍ଧାଳୁ ଅବଢ଼ା ନେଇଥିଲେ । ଫଳରେ ବଳି ପଡ଼ିଥିବା ଅବଢ଼ାକୁ ପ୍ରଶାସନ ବାଂଟି ଦେଇଥିବା ଦେଖିବାକୁ ମିଳିଛି ।
ଶ୍ରୀଜିଉମାନେ ଜନ୍ମବେଦିରେ ବିରାଜମାନ ହେବା ପରେ ପ୍ରଥମେ ଅନ୍ନ ବ୍ୟଞ୍ଜନ ଭୋଗ ଲାଗି କରାଯାଇଥିଲା । ଆଡ଼ପ ଅବଢ଼ାର ଅଧିକ ଚାହିଦା ରହିବା ଆଶାରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରାୟ ୮ ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ଅବଢ଼ା ପ୍ରସ୍ତୁତ କରାଯାଇଥିଲା । ଯଦିଓ ଆଡ଼ପ ଅବଢ଼ା ନେବା ପାଇଁ ଟୋକନରେ ବ୍ୟବସ୍ଥା କରି ଷ୍ଟଲ କରାଯାଇଥିଲା, ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରତିକ୍ଷାଳୟ ଏବଂ ସାମାଜିକ ଦୂରତା ବସିବା ପାଇଁ ଚୌକିର ବ୍ୟବସ୍ଥା କରାଯାଇଥିଲା । ତଥାବି ଲୋକେ ଆସିନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/13-16.jpg)