ଚିନ୍ତା ବଢାଉଛି କରୋନା : ପୁରୀ ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ଜଣ ପଜିଟିଭ ନେଇ ଶ୍ରୀମନ୍ଦିର ପ୍ରଶାସନ ଦେଲା ସୂଚନା

327

କନକ ବ୍ୟୁରୋ : ଶ୍ରୀମ ଚିନ୍ତା ବଢାଉଛି କରୋନା । ଏଥିରେ ୧୦ରୁ ଅଧିକା ସେବାୟତ ଥିବା ବେଳେ ଶ୍ରୀମନ୍ଦିର ସହ ସମ୍ପୃକ୍ତ ମୋଟ ୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୁଜରାଟରୁ ପୁରୀ ଆସିଥିବା ଜଣେ ନାବାଳିକା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୁଜରାଟରୁ ଅହମଦାବାଦ ଏକ୍ସପ୍ରେସ ଯୋଗେ ବାପା, ମା ଓ ନାବାଳିକା ପୁରୀ ଆସିଥିଲେ ।

ଗତକାଲି ପୁରୀରେ ପହଂଚିବା ପରେ ପରିବାରର ସମସ୍ତ ସଦସ୍ୟଙ୍କ ଆଂଟିଜେନ ଟେଷ୍ଟ ହୋଇଥିଲା । ବାପା, ମାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୧୨ବର୍ଷୀୟ ନାବାଳିକାର ରିପୋର୍ଟ ପଜିଟିଭ ଆସିଛି । ପରେ ତାକୁ କୋଭିଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେପଟେ ୧୦ରୁ ଅଧିକ ଶ୍ରୀମନ୍ଦିର ସେବାୟତ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ସେବାୟତ ପରିବାରର ୨ଜଣ ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସେବାୟତ ଓ ତାଙ୍କ ପରିବାର ସଦସ୍ୟ ହୋମ ଆଇସୋଲେସନରେ ଅଛନ୍ତି ।