ଶ୍ରୀମନ୍ଦିର ସହ ଜଡିତ ୧୪୨ ଜଣ କରୋନାରେ ସଂକ୍ରମିତ : ୬୩ ସେବାୟତ ଓ ୩୩ ଜଣ ସେବାୟତ ପରିବାର ପଜିଟିଭ ଚିହ୍ନଟ ହେଲେଣି

193

କନକ ବ୍ୟୁରୋ : ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ସତ୍ତ୍ବେ କରୋନା ପ୍ରଭାବିତ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ । ଆଜି ସୁଦ୍ଧା ଶ୍ରୀମନ୍ଦିରେ ସେବା ସହ ଜଡିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଂଚିଛି । ସେମାନଙ୍କ ମଧ୍ୟରେ ୬୩ ଜଣ ସେବାୟତ ଓ ୩୩ ଜଣ ସେବାୟତଙ୍କ ପରିବାର ସଦସ୍ୟ ରହିଛନ୍ତି ।

ଅନ୍ୟପଟେ କରୋନା ପଜିଟିଭ ଚିହ୍ନଟ ଶ୍ରୀମନ୍ଦିର କର୍ମଚାରୀଙ୍କ ସଂଖ୍ୟା ୪୬କୁ ଛୁଇଁଛି । ତେବେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ୭୦ ଜଣ ଘରକୁ ଫେରିଛନ୍ତି । ଏଯାବତ ଜଣେ ସେବାୟତ ଓ ଜଣେ ଜେଟିପି କରୋନାରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ସେବାୟତଙ୍କୁ ଟିକାକରଣ ପାଇଁ ଟୋକନ ବଂଟନ କରାଯାଇ ଦୋଳ ମଣ୍ଡପସାହିରେ ଟିକାକରଣ କେନ୍ଦ୍ର ଖୋଲାଯାଇଛି ।