କନକ ବ୍ୟୁରୋ : ଶ୍ରୀଜିଉଙ୍କ ସୁନା ବେଶ ଦେଖି ଆଖି ବୁଜିଲେ ମହିଳା । ଠେଲାପେଲା ଭିତରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ତେବେ ଭିଡ ଭିତରେ ଜଣେ ମହିଳା ଭକ୍ତ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ । ଏହା ପରେ ଚିକିତ୍ସା ପାଇଁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ୱରର ଶରତ ଚନ୍ଦ୍ର ବାରିକଙ୍କ ଝିଅ ସଂଘମିତ୍ରା ବାରିକ ।