ବଦଳିବ ଶ୍ରୀମନ୍ଦିର ଦ୍ୱାରର ରୂପ : କାଠ ବଦଳରେ ରୁପାରେ ହେବ ଛାଉଣୀ; ଶ୍ରୀକ୍ଷେତ୍ରରେ ପହଁଚିଲା ୧.୨ ଟନ୍ ରୁପା, ଅକ୍ଷୁର୍ଣ୍ଣ ରହିବ ମୂଳ କାରୁକାର୍ଯ୍ୟ

156

କନକ ବ୍ୟୁରୋ : ବଦଳିବ ପୁରୀ ଶ୍ରୀମନ୍ଦିର ଦ୍ୱାରର ରୂପ । ଶ୍ରୀମନ୍ଦିରର ୪ଟି ଦ୍ୱାରର ଉପରେ ରୁପାର ହେବ ଛାଉଣୀ ହେବ । ମୁମ୍ବାଇର ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଦାନ କରିଥିବା ୧୩୪୫ କେଜି ରୁପା ପୁରୀରେ ପହଂଚିଛି । ଏ ସମସ୍ତ ରୁପା ଶ୍ରୀମନ୍ଦିର ଭକ୍ତ ନିବାସର ସିଲ୍ କୋଠରୀରେ ରଖାଯାଇଛି ।

ତେବେ ୪ଟି ଦ୍ୱାରରେ ରୂପା ଛାଉଣୀ କରିବା ପାଇଁ ପ୍ରାୟ ୨ ଟନ୍ ରୂପା ବ୍ୟବହାର କରାଯିବ ବୋଲି ଜଣାପଡିଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଜୟବିଜୟ ଦ୍ୱାର ଓ ଭୋଗ ମଣ୍ଡପର ଦ୍ୱାରରେ ରୂପା ଛାଉଣୀ କରାଯିବ । ଏହାର ଡିଜାଇନ ଚୂଡାନ୍ତ ହୋଇଥିବା ବେଳେ ପ୍ରାୟ ୧୫ଜଣ କାରିଗର ନିଳାଦ୍ରୀ ଭକ୍ତ ନିବାସରେ କାମରେ ଲାଗିଛନ୍ତି । ଶ୍ରୀମନ୍ଦିରର ୪ ଦ୍ୱାରରେ ରୁପା ଛାଉଣୀ କରିବା ସମୟରେ ମୂଳ ଡିଜାଇନ ଅକ୍ଷୂର୍ଣ୍ଣ ରଖିବା ସହ ଉତ୍କଳୀୟ କଳାସ୍ଥାପତ୍ୟର ଡିଜାଇନକୁ ମଧ୍ୟ ସ୍ଥାନ ଦିଆଯିବ ।