କନକ ବ୍ୟୁରୋ : ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିଲା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ଜେ-ଜେ-ଏମ୍ ଯୋଜନାରେ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଦୁଇଗୋଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ଉକ୍ତ ପ୍ରକଳ୍ପ ଦ୍ୱାରା ଉପରୋକ୍ତ ଜିଲ୍ଲାର ୪ଗୋଟି ବ୍ଲକ୍ ଅଧିନରେ ଥିବା ୮୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୦୪ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୬,୬୪,୩୧୩ ଜଣ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ସେଥି ମଧ୍ୟରୁ ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧିନରେ ଥିବା ୩୩ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୧ଟି ଗ୍ରାମର ପ୍ରାୟ ୧,୫୪,୬୨୧ଜଣ ଲୋକ, ଗଞ୍ଜାମ୍ ବ୍ଲକ୍ ଅଧିନରେ ଥିବା ୨ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୪ଟି ଗ୍ରାମର ପ୍ରାୟ ୧ଲକ୍ଷ ୩୫ ହଜାର ୪୨୨ଜଣ ଲୋକ ଓ ଖଲିକୋଟ ବ୍ଲକ ଅଧିନରେ ଥିବା ୩୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୪୩ଟି ଗ୍ରାମର ପ୍ରାୟ ୩ ଲକ୍ଷ୍ୟ ୫୮ ହଜାର ୫୬୮ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପରେ ଉପକୃତ ହୋଇପାରିବେ ।
ବର୍ତ୍ତମାନ ରାଜ୍ୟ କ୍ୟାବିନେଟ୍ ମୋହର ବାଜିଥିବା ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ନିବେଦନ ନିମନ୍ତେ ଠିକାଦାର ସଂସ୍ଥାଙ୍କ ୩୨୫କୋଟି ୭୫ ଲକ୍ଷ ୬୪ ହଜାର ୯୧୦ ଟଙ୍କାର ସର୍ବନିମ୍ନ ନିବିଦାଙ୍କୁ ଅନୁମୋଦନ କରିଛନ୍ତି । ଉକ୍ତ ପ୍ରକଳ୍ପ ଗୁଡିକ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି