ବିପର୍ଯ୍ୟସ୍ତ ଅବସ୍ଥାରେ କାକଟପୁରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ପାଣି ଟାଙ୍କିରେ ଫୁଟିଛି କଇଁ

101

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ କାର୍ୟ୍ୟକାରୀ ହେଉଥିବା ରାଜ୍ୟର ସବୁଠାରୁ ବଡ ଗ୍ରାମାଞ୍ଚଳ ବିଶୁଦ୍ଧ ପାନୀୟଜଳ ଯୋଗାଣ ପ୍ରକଳ୍ପ ଏବେ ବିପର୍ଯ୍ୟୟ ଆଡକୁ ଗତିକରୁଛି । କାକଟପୁର ଠାରେ ବୃହତ ପାନୀୟ ଜଳ ବିଶୋଧନ ପ୍ଳାଣ୍ଟ ପରିସର ଅନାବନା ଗଛରେ ପରିପୂର୍ଣ୍ଣ ହୋଇଥିବା ବେଳେ ବିଶୋଧନ ଟାଙ୍କିରୁ ଆବର୍ଜନା ପାଣି ଆସୁଛି । ଟାଙ୍କିରେ କଇଁଫୁଲ ଫୁଟିବା ସହିତ ଦଳରେ ଭର୍ତି ହୋଇରହିଛି ।

ଅପରପକ୍ଷରେ ଅସ୍ତରଙ୍ଗ ବ୍ଲକ କୁହୁଡି ଠାରେ ଜଳଯୋଗାଣ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ଏହି କର୍ଜୟାଳୟକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଆସୁନଥିବାରୁ ବର୍ଷ ବର୍ଷ ଧରି ତାଲା ଝୁଲୁଛି । ପୁରି ଜିଲ୍ଲା ଅସ୍ତରଙ୍ଗ, କାକଟପୁର ବ୍ଲକର ୧୨ଟି ସମୁଦ୍ରକୂଳିଆ ପଂଚାୟତବାସୀଙ୍କୁ ମଧୁର ପାନୀୟଜଳ ଯୋଗାଇ ଦେବାକୁ ଜଳ ଯୋଗାଣ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି । ହେଲେ ଏବେ ଏହି ପ୍ରକଳ୍ପ ବିପର୍ଯ୍ୟୟ ଅବସ୍ଥାରାରେ । ପ୍ରାଚୀ ନଦୀରୁ ପାଇପ ଯୋଗେ ପାଣି ଆଣି ଲୋକଙ୍କୁ ଯୋଗାଇ ଦେବା ଉଦେଶ୍ୟରେ କାକଟପୁରରେ ୧୪ କୋଟି ବ୍ୟୟରେ ଏକ ବିଶୋଧନ ପ୍ଳାଣ୍ଟ ନିର୍ମାଣ କରାଯାଇଛି ।

କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଏହା ଏବେ ବିପର୍ଯ୍ୟୟ ଅବସ୍ଥାରେ କାର୍ୟ୍ୟ କରୁଛି । ବିଶୋଧନ ପ୍ଲାଣ୍ଟର ଟାଙ୍କି ଗୁଡିକୁ ବର୍ଷ ବର୍ଷ ଧରି ସାଫା କରାନଯିବା କାରଣରୁ ଏଥିରେ ଦଳ, ଅନାବନା ଗଛ, କଇଁଫୁଲ ଫୁଟିଥିବା ଦେଖିବାକୁ ମୁଳୁଛି । ଏହାସହ ଲୋକଙ୍କୁ ପାଇପ ଯୋଗେ ହଳଦିଆ ପାଣି ଯୋଗାଇ ଦିଆଯାଉଛି । ବିଶେଷକରି ଖୋଦ କ୍ରିଡା ଓ ଯୁବବ୍ୟାପାର ମନ୍ତ୍ରୀ ତୃଷାରକାନ୍ତି ବେହେରାଙ୍କ ଗାଁରେ ବି ଲୋକେ ଅଳିଆ ଆବର୍ଜନା ମିଶା ପାଣି ପିଉଥିବା ଅଭିଯୋଗ କରିଛନ୍ତି ।

ଅସ୍ତରଙ୍ଗ ବ୍ଲକ ପାନୀ ୟଜଳ ଯୋଗାଣ ଦାଇତ୍ଵରେ ଥିବା କନିଷ୍ଟ ଜନ୍ତ୍ରୀ ମନୋଜ କୁମାର ସେଠୀ ଅସ୍ତରଙ୍ଗ ସ୍ଥିତ କାର୍ଯ୍ୟାଳୟକୁ ନଆସିବାରୁ ଅଫିସ ପରିସର ଭୂତକୋଠି ପାଲଟିଛି । ଅଫିସରେ ତାଲା ପଡିଛି । ଅଫିସ ପରିସରରେ ଗଛଲତା ମାଡି ଯାଇଛି । ଆଉ ଯନ୍ତ୍ରୀଙ୍କ ଆସିବା ନଆସିବା ସଂପର୍କରେ ପ୍ରତିକ୍ରିୟା ରଖି ଜଣେ କର୍ମଚାରୀ କହିଛନ୍ତି ସାର୍ ସପ୍ତାହକୁ ୨-୩ ଦିନ ଆସିଥାନ୍ତି ।

ରାଜ୍ୟରେ ଫାଇଭ୍ ଟି କାର୍ଯ୍ୟକାରୀ କରାଯାଉଛି । ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ମପାଯାଉଛି । ହେଲେ ଏଠାରେ ବାବୁ ସପ୍ତାହକୁ ୨ରୁ ୩ ଦିନ ଅଫିସ ଆସନ୍ତି ଆଉ ବୁଲି ଚାଲି ଯାଆନ୍ତି ବୋଲି ଜଣେ କର୍ମଚାରୀ କହିଛନ୍ତି ।