ଆଉ ECMO ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବନି । ଭୁବନେଶ୍ୱର ଏମ୍ସରେ ଖୁବଶୀଘ୍ର ସ୍ଥାପନ ହେବ ଦୁଇଟି ECMO ମେସିନ, ଖୁବଶୀଘ୍ର ଆରମ୍ଭ ହେବ ଚିକିତ୍ସା ।
କନକ ବ୍ୟୁରୋ : ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଭଲ ଖବର । ଏଣିକି ECMO ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଖୁବଶୀଘ୍ର କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ୱର ଏମ୍ସରେ ହେବ । ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ ଦୁଇଟି ECMO ମେସିନ୍ । ECMO ମେସିନ୍ କିଣିବା ପାଇଁ ଅର୍ଡର ଦିଆଯାଇଛି । ଖୁବ୍ ଶୀଘ୍ର ଏହାର ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରଥମ ECMO ମେସିନ୍ ଚଳିତ ମାସ ଶେଷ ସୁଦ୍ଧା ବିତରଣ ଏବଂ ସଂସ୍ଥାପିତ ହେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ECMO ଯୋଗାଣକାରୀ ସଂସ୍ଥା ଏହା ନିଶ୍ଚିତ କରିଛନ୍ତି । ଏହି ECMO ମେସିନ୍ ଗୁଡିକ କ୍ରିଟିକାଲ୍ କୋଭିଡ଼ ରୋଗୀଙ୍କ ଚିକିତ୍ସା କରିବା ଏବଂ ବିଭିନ୍ନ ଆଇସିୟୁ ଗୁଡ଼ିକର ଅନ୍ୟାନ୍ୟ ଜଟିଳ ମାମଲା ପାଇଁ ବ୍ୟବହାର ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ଅଛନ୍ତି ଏବଂ ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ଅଧିକ ଟେକ୍ସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି । ଯାହା ଲୋକଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ, ବିଶେଷକରି ଯେଉଁମାନେ ବାହ୍ୟ ଚିକିତ୍ସା ପାଇଁ ସୂଚିତ । ଏ ନେଇ ଏମ୍ସ ଅଧିକ୍ଷକ ଡଃ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।