ଅନଲାଇନ୍ ଇ-କମର୍ସ କମ୍ପାନୀ ଦେଲେ ଝଟକା : ଅକ୍ଟୋବର ୧ରୁ ଅନଲାଇନ୍ ସପିଂ କରିବା ହେବ ମହଙ୍ଗା । ଜାଣନ୍ତୁ କାରଣ

72

ରୋଷେଇ ଗ୍ୟାସ, ସିଏନଜି ଓ ପିଏନଜି ପରେ ଅନଲାଇନ୍ ଇ-କମର୍ସ କମ୍ପାନୀ ତରଫରୁ ମିଳିବ ମହଙ୍ଗା ଝଟକା । ୧ ଅକ୍ଟୋବର ୨୦୧୮ରୁ ସମସ୍ତ ଇ-କମର୍ସ କମ୍ପାନୀକୁ ଟ୍ୟାକ୍ସ କଲେକ୍ଟେଡ୍ ଆଟ୍ ସୋର୍ସ(ଟିସିଏସ୍) ଓ ଟ୍ୟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ(ଟିଡିଏସ୍) ଦେବାକୁ ପଡିବ । କେନ୍ଦ୍ରୀୟ ଜିଏସଟି ଅଧିନିୟମ ମୁତାବକ, ଅଧିସୂଚିତ କମ୍ପାନୀଙ୍କୁ ୨.୫ ଲକ୍ଷ ଟଙ୍କାରୁ ଅଧିକର ବସ୍ତୁ କିମ୍ବା ସେବାର ଯୋଗାଣ ଉପରେ ୧ ପ୍ରତିଶତ ଟିଡିଏଏସ୍ କାଟିବା ଜରୁରୀ ହେବ । ଏହା ସହିତ ରାଜ୍ୟ ଆଇନ୍ ଅଧିନରେ ରାଜ୍ୟ ୧ ପ୍ରତିଶତ ଟିଡିଏସ୍ ସଂଗ୍ରହ କରିବ ।

କେନ୍ଦ୍ର ସରକାର କହିଲେ କି, ସମସ୍ତ ଇ-କମର୍ସ କମ୍ପାନୀଙ୍କୁ ସମସ୍ତ ରାଜ୍ୟରେ ନିଜର ପଂଜିକରଣ କରିବାକୁ ହେବ । ଯଦି କୈାଣସି ବିଦେଶୀ କମ୍ପାନୀଙ୍କ କୈାଣସି ରାଜ୍ୟରେ କାର୍ଯ୍ୟାଳୟ ନାହିଁ, ତେବେ ସେ ନିଜର ଏଜେଣ୍ଟ କୁ ନିଯୁକ୍ତ କରିପାରିବେ । ସମଗ୍ର ଦେଶରେ ୧ ଜୁଲାଇ ୨୦୧୭କୁ ଜିଏସଟି ଲାଗୁ ହୋଇଥିଲା, କିନ୍ତୁ ବ୍ୟବସାୟୀଙ୍କୁ ପ୍ରସ୍ତୁତିର ସମୟ ଦେବା ପାଇଁ ଟିଡିଏସ୍ ଓ ଟିସିଏସର ପ୍ରାବଧାନ ୩୦ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା । ୧୮ ସେପ୍ଟେମ୍ବରରୁ ଟିଡିଏସ୍ ଓ ଟିସିଏସ୍ ପାଇଁ ପଂଜିକରଣ ଆରମ୍ଭ କରାଯିବ ।

ବର୍ତ୍ତମାନର ଆର୍ଥିକ ବର୍ଷରେ ପ୍ରଥମ ମାସ ଏପ୍ରିଲରେ ୧.୦୩ ଲକ୍ଷ କୋଟି ଟଙ୍କାର ରେକର୍ଡ ଜିଏସଟି ସଂଗ୍ରହ ହୋଇଥିଲା । ଅଗଷ୍ଟରେ କେବଳ ୯୩,୯୬୦ କୋଟି ଆସିଥିଲା, ଯାହା ୨୦୧୮-୧୯ରେ ସବୁଠାରୁ କମ୍ । ବିଶେଷଜ୍ଞଙ୍କ କହିବାନୁସାରେ, ଟ୍ୟାକ୍ସ କଲେକ୍ସନ ବଢ଼ାଇବା ପାଇଁ ସରକାର ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି ।