୫୧ ଟଙ୍କା ଦେଇ କିଣନ୍ତୁ ମହଙ୍ଗାରୁ ମହଙ୍ଗା ପୋଷାକ ! ଜାଣନ୍ତୁ କେଉଁଠୁ ଏବଂ କିପରି । 

29
ପୋଷାକ ଉପରେ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଏକ ଖୁସି ଖବର । ଏବେ କେବଳ ୫୧ ଟଙ୍କା ବିନିମୟରେ କିଣିପାରିବେ ଆପଣଙ୍କ ମନ ପସନ୍ଦର ପୋଷାକ । ଗ୍ରାହକ ମାନେ ଆଜି ପର୍ଯ୍ୟନ୍ତ ଇ-କମର୍ସ ୱେବସାଇଟରୁ କେବଳ ଇଲେକ୍ଟ୍ରୋନିକ ଏବଂ ମୋବାଇଲ ଫୋନ ଭଳି ଜିନିଷ କିସ୍ତି ଦେଇ କିଣି ପାରୁଥିଲେ । କିନ୍ତୁ ଏବେ ମାତ୍ର ୫୧ ଟଙ୍କା ଦେଇ ଗ୍ରାହକ ମାନେ ପୋଷାକ ମଧ୍ୟ କିଣିପାରିବେ । ଏବେ ଫ୍ଲିପକାର୍ଟର ସହଭାଗି ମିନ୍ତ୍ରା ଏହି ବ୍ୟବସ୍ଥାକୁ ଆରମ୍ଭ କରିବାରେ ସଫଳ ହୋଇପାରିଛି । ମିନ୍ତ୍ରା କେବଳ ୫୧ ଟଙ୍କା ମାସିକ କିସ୍ତି ଉପରେ ପୋଷାକ ବିକ୍ରି କରି ଇ-କମର୍ସ ୱେବସାଇଟରେ ପ୍ରଥମ ସ୍ଥାନ ଅଧିକାର କରିପାରିଛିି ।
ମିଳିଥିବା ଏକ ରିପୋର୍ଟ ଅନୁସାରେ, ଇଏମଆଇ ଦେଇ ପୋଷାକ କିଣିବା ପାଇଁ ଗ୍ରାହକ ମାନଙ୍କୁ କ୍ରେଡିଟ କାର୍ଡର ବ୍ୟବହାର କରିବାକୁ ପଡିବ । ପୂର୍ବ ସୂଚନା ଅନୁଯାୟୀ, ମିନ୍ତ୍ରା ପୂର୍ବରୁ ମଧ୍ୟ ଦାମି କପଡା କିଣିବା ସମୟରେ ଗ୍ରାହକ ମାନଙ୍କୁ କ୍ରେଡିଟ କାର୍ଡ ବ୍ୟବହାର କରିବା ପାଇଁ ସୁଯୋଗ ଦେଉଥିଲା । କିନ୍ତୁ ଏବେ ୧୩୦୦ ଟଙ୍କାରୁ ବି କମ ଦାମର ପୋଷାକ କିଣିବା ପାଇଁ ମଧ୍ୟ ଗ୍ରାହକ ମାନଙ୍କୁ କ୍ରେଡିଟ କାର୍ଡ ବ୍ୟବହାର କରିବା ପାଇଁ ମିନ୍ତ୍ରା ସୁଯୋଗ ଦେଇଛି ।
ଫ୍ଲିପକାର୍ଟର ସହଭାଗି କମ୍ପାନୀ ମିନ୍ତ୍ରା, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ସିଟି, ଭାରତୀୟ ଷ୍ଟେଟ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡିକ ସହ ଭାଗିଦାରୀ ହୋଇଛି । ଏହି ବ୍ୟାଙ୍କ ଗୁଡିକ ୟୁଜର୍ସ ମାନଙ୍କ ଠାରୁ ୧୩ ରୁ ୧୫ ପ୍ରତିଶତର ସୁଧ ନେଇପାରିବେ । ଏଥିସହିତ ମିନ୍ତ୍ରା ଗ୍ରାହକ ମାନଙ୍କୁ ପୋଷାକର ଇଏମଆଇ ଭରଣ ପାଇଁ ୩ ମାସରୁ ଆରମ୍ଭ କରି ୨୪ ମାସ ପର୍ଯ୍ୟନ୍ତ ସମୟ ମଧ୍ୟ ଦେଉଛି ।