କନକ ବ୍ୟୁରୋ: ଛତିଶଗଡ଼ରେ ନିର୍ବାଚନ ଜିତିଲେ ଓଡ଼ିଆ ପ୍ରୁଅ ପୁରନ୍ଦର । ଛତିଶଗଡ଼ର ବୃହତ ଓଡ଼ିଆ ସମାଜର ସଭାପତି ପୁରନ୍ଦର ମିଶ୍ର ରାୟପୁର ନଗର ଉତର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁରନ୍ଦର ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦୀ କୁଳଦୀପ ସିଂହଙ୍କୁ ହରାଇଛନ୍ତି । ଛତିଶଗଡ଼ ନବନିର୍ବାଚିତ ବିଧାନସଭାରେ ପୁରନ୍ଦର ଏକମାତ୍ର ଓଡ଼ିଆ ବିଧାୟକ ହେବେ ବୋଲି ଜଣାପଡ଼ିଛି । ରାୟପୁରର ଗାୟତ୍ରୀ ନଗରଠାରେ ସେ ଛତିଶଗଡ଼ର ସବୁଠାରୁ ବଡ଼ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ।