ଖୋଲିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ସତ ! ଅଧ୍ୟାପକ ପୁଞ୍ଜିଲାଲ ଗିରଫ । ଡିଜିପି କହିଲେ, ନିଜେ ବୋମା ତିଆରି କରି ରାୟପୁରରେ ପାର୍ସଲ କରିଥିଲା ପୁଞ୍ଜିଲାଲ

54

କନକ ବ୍ୟୁରୋ: ଖୋଲିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ସତ । ଡିଜିପି କହିଲେ କହିଲେ ନିଜେ ବୋମା ତିଆରି କରି ରାୟପୁରରେ ଅଧ୍ୟାପକ ପୁଞ୍ଜିଲାଲ ମେହେର । ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଛି ପୁଲିସ୍ । ଡିଜିପି ଆର ପି ଶର୍ମା ପ୍ରେସମିଟ୍ କରି ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ଏହି ମାମଲାରେ ଅଟକ ଅନ୍ୟ ୬ ଜଣଙ୍କୁ କ୍ରାଇମବ୍ରାଂଚ ଛାଡିଦେଇଛି । ଚନ୍ଦ୍ରମଣି ମେହେର, ଦିଲ୍ଲୀପ ଦାସ, ସୁଶାନ୍ତ ସେଠ୍,ଶିବପ୍ରସାଦ ସା,ଉମେଶ ମଟାରୀ ଓ ବୈଭସୂତ ବିନ୍ଧାଣୀଙ୍କୁ କ୍ରାଇମବ୍ରାଂଚ ଛାଡିଦେଇଛି ।

 

bolangir

କଲେଜ ଅଧ୍ୟକ୍ଷ ପଦବୀ ପାଇଁ ପୁଂଜିଲାଲ ଏପରି ଷ୍ଡଯନ୍ତ୍ର ରଚିଥିବା ଡିଜିପି କହିଛନ୍ତି । ଭଇଁସା କଲେଜର ଅଧ୍ୟକ୍ଷ ଅଛନ୍ତି ମୃତ ସୌମ୍ୟଶେଖରଙ୍କ ନାଁ । ପୁଲିସର କହିବା ଅନୁସାରେ ସେହି କଲେଜକୁ ସୋ÷ମ୍ୟ ଶେଖରଙ୍କ ମାଆ, ଅଧକ୍ଷ ହୋଇ ଆସିବା ପରେ, ପୂର୍ବରୁ ଅଧ୍ୟକ୍ଷ ଥିବା ଏହି ଅଧ୍ୟାପକଙ୍କ ସହ ବିବାଦ ଦେଖାଦେଇଥିଲା । ଅଧ୍ୟାପକଙ୍କ ଘରୁ ପୁଲିସ ଅଧ ବ୍ୟାଗ୍ ବାରୁଦ ଜବତ ପରେ ପୁଂଜିଲାଲଙ୍କୁ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ ।

blast

ସୂଚନାଯାଗ୍ୟ ଯେ ଗତ ଫେବ୍ରୁଆରି ମାସ ୨୩ ତାରିଖରେ ଅଧାପକ ରବୀନ୍ଦ୍ର ସାହୁ ଓ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ସଞ୍ଜୁୁକ୍ତା ସାହୁଙ୍କ ପୁଅ ସୌମ୍ୟଶେଖରଙ୍କ ବିବାହର ୫ ଦିନ ପରେ ଘରକୁ ଏକ ପାର୍ସଲ ଆସିଥିଲା। ଏହି ଗିଫ୍ଟ ପାର୍ସଲକୁ ଖୋଲିଲା ବେଳେ ଏହା ବିସ୍ଫୋରଣ ଘଟି ସୌମ୍ୟଶେଖର, ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ନବବଧୁ ରୀମା ଗୁରୁତର ଭାବେ ଆହତ ହୋଇଥିଲେ।