ଲୋକପ୍ରିିୟ ପଞ୍ଜାବୀ ପପ୍ ଗାୟକ ଗୁରୁ ରନ୍ଧାୱାଙ୍କୁ କାନାଡାରେ ହତ୍ୟା ଉଦ୍ୟମ କରାଯାଇଛି । କାନାଡାର ବେକୁମ୍ବରରେ ଜଣେ ଅଜ୍ଞାତ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଗୁରୁ କାନାଡାରେ ଭିନ୍ନ ଭିନ୍ନ ସ୍ଥାନରେ କିଛି ଦିନ ହେଲା କନସର୍ଟ କରିଆସୁଥିଲେ । ବେକୁମ୍ବରରେ ରବିବାର ଦିନ ତାଙ୍କର ଅନ୍ତିମ ଶୋ’ ଥିଲା । ଏହି କନସର୍ଟ ଶେଷ ହେବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।
ତାଙ୍କୁ ଗମ୍ଭୀର ଆଘାତ ନ ଆସିଥିଲେ ମଧ୍ୟ ମୁଣ୍ଡ ଫାଟିଯାଇଛି । ଖବର ମୁତାବକ , ଲାଇଭ୍ ପରଫରମାନ୍ସ ଦେବା ପରେ ବେକୁମ୍ବରରେ ରାଣୀ ଏଲିଜାବେଥ୍ ଥିଏଟର୍ ବାହାରେ କନସର୍ଟ ସାରି ବାହାରକୁ ବାହାରୁଥିବା ବେଳେ ଜଣେ ଅଜ୍ଞାତ ଯୁବକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ମୁଣ୍ଡ ଉପରକୁ ଆକ୍ରମଣ କରିଥିଲେ ।
ସୋସିଆଲ୍ ମିଡିଆରେ ଏହି ଗାୟକଙ୍କ ଗୋଟିଏ ଫଟୋ ଭାଇରାଲ୍ ହେଉଛି । ଯେଉଁଥିରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା କଥା ଜଣାପଡୁଛି । ଲୋକପ୍ରିୟ ପଞ୍ଜାବୀ ଗାୟକ ଏବଂ ଅଭିନେତା ପ୍ରିତ୍ ହରପାଲ୍ ଏହି ମାମଲାକୁ ନିଜ ଫେସବୁକ୍ ପେଜ୍ ରେ କନଫର୍ମ କରିଛନ୍ତି । ପ୍ରିତ୍ ହରପାଲ୍ ଗୁରୁଙ୍କୁ ପ୍ରଥମରୁ ଜାଣିଥିବା କଥା କହିଛନ୍ତି ।
ସେ ଖୁବ୍ ଭଲ ମଣିଷ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସନ୍ତି କିନ୍ତୁ ସମାଜର କିଛି ହିଂସାତ୍ମକ ଆଚରଣ କରୁଥିବା ଲୋକ ଏଭଳି କାମ କରି ତାଙ୍କୁ ଆଘାତ ପହଂଚାଉଥିବା କଥା ସେ କହିଛନ୍ତି । ପୋଲିସ୍ ଏଯାଏଁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିବା ବେଳେ ଏହି କାମ କୌଣସି କାନାଡାରେ ବସବାସ କରୁଥିବା ଭାରତୀୟର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/GURU.jpg)
/kanak/media/post_attachments/wp-content/uploads/2019/07/guru_1024_1564488580_618x347-300x168.jpeg)