ଟସ୍ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ ରାଇଡର୍ସ । 

154

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ ଓ କୋଲକାତା । ଏହି ମ୍ୟାଚରେ ପ୍ରଥମେ ଟସ୍୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଆସିବ କୋଲକାତା ଦଳ । କୋଲକାତା ପକ୍ଷରୁ ଦୁଇ ଓପନର ପାଳି ଆରମ୍ଭ କରିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଚଳିତ ଆଇପିଏଲରେ ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । କୋଲକାତା ୬ଟି ବିଜୟ ଓ ୫ଟି ପରାଜୟ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଜାବ ୫ଟି ବିଜୟ ଓ ୬ଟି ପରାଜୟ ସହ ପଞ୍ଜମ ସ୍ଥାନରେ ରହିଛି । ତେଣୁ ଉଭୟ ଦଳ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଲଢେଇ କରିବେ ।

ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଓ କ୍ରିସ ଗେଲଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି କୋଲକାତାରେ ଶୁଭମନ ଗିଲ, ଇୟନ ମୋର୍ଗାନ, ଦିନେଶ କାର୍ତ୍ତିକଙ୍କ ଭଳି ଖେଳାଳି ରହିଛନ୍ତି ।