ପଞ୍ଜାବର ଚମତ୍କାର ବୋଲିଂ । ବାଙ୍ଗାଲୋରକୁ ୩୪ ରନରେ ମାତ ଦେଲା ପଞ୍ଜାବ । ବାଙ୍ଗାଲୋରର ଦ୍ୱିତୀୟ ପରାଜୟ

116

କନକ ବ୍ୟୁରୋ: ଆଜିର ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛି ପଞ୍ଜାବ ଦଳ । ଫଳରେ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି ପଞ୍ଜାବ ଦଳ । ଏହାସହ ଚଳିତ ଟୁର୍ଣ୍ଣାମେଣ୍ଟରେ ବାଙ୍ଗାଲୋର ଦ୍ୱିତୀୟ ଥର ପାଇଁ ପରାଜିତ ହେଇଛି । ତେବେ ଏହି ପରାଜୟ ନିହାତି ଭାବେ ବାଙ୍ଗାଲୋର ଦଳ ପାଇଁ ଚିନ୍ତା ବଢାଇ ପାରେ । କାରଣ ବିରାଟ, ମାକ୍ସୱେଲ ଓ ଡିଭିଲିୟର୍ସଙ୍କ ଭଳି ଖେଳାଳି ବିଫଳ ହୋଇଛନ୍ତି ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର ଦଳ । ହେଲେ ପଞ୍ଜାବ ବ୍ୟାଟ୍ସମ୍ୟାନ ମାନଙ୍କୁ ଅଟକାଇ ପାରିନଥିଲା । ପଞ୍ଜାବ ପକ୍ଷରୁ ରାହୁଲ ଓ ଗେଲ ଚମତ୍କାର ଇଂନିସ ଖେଳିଥିଲେ । ଦଳ ପକ୍ଷରୁ ରାହୁଲ ୯୧ ରନ କରିଥିବା ବେଳେ ଗେଲ ବିସ୍ଫୋରକ ୪୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ କରିଥିଲା ।

୧୮୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ବାଙ୍ଗାଲୋର ଦଳର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ବିରାଟ କୋହଲି ୩୫ ରଜତ ପଟିଦାର ଓ ହର୍ଷଲ ପଟେଲ ୩୧ ରନ ଲେଖାଏଁ କରିଥିଲା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ କିନ୍ତୁ ବଡ ସ୍କୋର କରିପାରନଥିଲେ । ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ ରନରେ ସୀମିତ ରହିଥିଲା । ଫଳରେ ପଞ୍ଜାବ ଏହି ମ୍ୟାଚକୁ ୩୪ ରନରେ ଜିତି ନେଇଛି ।