ଶାହାରୁଖ ଖାନଙ୍କ SIX, ହାରିଲା କୋଲକାତା: ୫ ୱିକେଟରେ ପଞ୍ଜାବ ବିଜୟୀ

100

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ପଞ୍ଜାବର ଅଧିନାୟକ ଦମଦାର ପ୍ରଦର୍ଶନ କରିଛନ୍ତି । ଏହାସହ ନବାଗତ ଶାହାରୁଖ ଖାନ ମଧ୍ୟ ଛକା ମାରି ଦଳକୁ ବିଜୟୀ କରାଇଛନ୍ତି । ଫଳରେ ପଞ୍ଜାବ ଏହି ମ୍ୟାଚରେ ୬ ୱିକେଟରେ ବିଜୟ ଲାଭ କରିଛି । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ପଞ୍ଜାବର ଉନ୍ନତୀ ହୋଇଛି । ହେଲେ କୋଲକାତାର ଆଶା ମଉଳିବାର ସମ୍ଭାବନା ବଢିଯାଇଛି ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା କୋଲକାତା ଦଳ । ଆରମ୍ଭରୁ ଚମତ୍କାର ଆରମ୍ଭ କରିଥିଲେ ଭେଙ୍କଟେଶ ଆୟର । ଆଉ ତାଙ୍କୁ ସାଥ ଦେଇଥିଲେ ରାହୁଲ ତ୍ରିପାଠୀ । ଏହି ମ୍ୟାଚରେ ଭେଙ୍କଟେଶ ୬୭, ରାହୁଲ ତ୍ରିପାଠୀ ୩୪ ଓ ନୀତିଶ ରାଣା ୩୧ ରନ କରିଥିଲେ । ଫଳରେ ୨୦ ଓଭରରେ କୋଲକାତା ୭ ୱିକେଟ ହରାଇ ୧୬୫ ରନ କରିଛି ।

୧୬୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ପଞ୍ଜାବ ଦଳ । ପଞ୍ଜାବ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ରାହୁଲ ଏହି ମ୍ୟାଚରେ ୬୭ ରନ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ୪୦ ଓ ଶାହାରୁଖ ବିସ୍ଫୋରକ ୨୨ ରନ କରିଥିଲେ । ଫଳରେ ପଞ୍ଜାବ ୧୯ ଓଭର ୩ଟି ବଲ ଖେଳି ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।