ରୋମାଞ୍ଚକର ମ୍ୟାଚ । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୨ ରନରେ ବିଜୟ ହାସଲ କଲା ରାହୁଲ ବାହିନୀ ।

427

କନକ ବ୍ୟୁରୋ : ଆଜି ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା । ଏଥିରେ ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ଫଳରେ ଏହି ମ୍ୟାଚରେ ପଞ୍ଜାବ ୧୨ ରନରେ ବିଜୟ ହାସଲ କରିଛି । ଏହାସହ ଚତୁର୍ଥ ସ୍ଥାନ ଯୋଗ୍ୟତା ହାସଲ ପାଇଁ ପଞ୍ଜାବର ଆଶା ଉଜ୍ଜୀବିତ ହୋଇଛି ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ପଞ୍ଜାବ ଦଳ । ପଞ୍ଜାବ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିନଥିଲେ । ଦଳ ପକ୍ଷରୁ ନିକୋଲ୍ସ ପୂରଣ ୩୨ ଓ କେଏଲ ରାହୁଲ ୨୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୨୬ ରନ କରିଛି ।

୧୨୭ ରନର ବିଜୟ ଲକ୍ଷ୍ୟ ନେଇ ଆସିଥିବା ହାଇଦ୍ରାବାଦ ଦଳ ଭଲ ଆରମ୍ଭ କରିଥିଲା । ଧିରେ ଧିରେ ବିଜୟ ଲକ୍ଷ୍ୟକୁ ଗତି କରୁଥିବା ବେଳେ ହଠାତ ପଞ୍ଜାବ ବୋଲରଙ୍କ ବୋଲିଂରେ ମ୍ୟାଚ ପଲଟି ଯାଇଥିଲା । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ଦଳ ପକ୍ଷରୁ ୱାର୍ଣ୍ଣର ୩୫ ଓ ବିଜୟ ଶଙ୍କର ୨୬ ରନ କରିଥିଲେ । ଫଳରେ ଦଳ ୧୯ ଓଭର ୫ଟି ବଲରେ ଅଲ ଆଉଟ ହୋଇଯାଇଥିଲା ହାଇଦ୍ରାବାଦ ।