ସମାଜରେ ନାରୀବାଦର ନାରା ଉଠୁଥିବା ବେଳେ ଏବେବି କିଛି ପଙ୍କିଳ ଚିନ୍ତାଧାରା ରଖୁଥିବା ଲୋକଙ୍କ ମନରେ ଝିଅଟିଏ ବୋଝ ଭଳି ଲାଗିଥାଏ । ଆଜିର ଦିନରେ ଯେଉଁଠି ନାରୀ ଘରକୋଣରୁ ପାଦ କାଢି ବିମାନ ଉଡାଇଲାଣି ସେଠାରେ ଏବେ ବି ଲୋକଙ୍କ ମନରେ ଭେଦଭାବର ଲକ୍ଷ୍ମଣରେଖା ଟଣା ହୋଇଛି । କିଏ ମା’ ପେଟରେ ବଢୁଥିବା କଅଁଳ କଢିକୁ ବାହାରକୁ କାଢିଦେଉଛି ତ ଆଉ କିଏ ନବଜାତ କନ୍ୟାରତ୍ନକୁ ଅଳିଆ ଗଦାରେ ଫୋପାଡି ଆସୁଛି । “ବେଟି ବଚାଓ ,ବେଟି ପଢାଓ” ନାରା ଖାଲି ନାରାରେ ସୀମିତ ହୋଇ ରହିଯାଇଛିି । ଆଜି ବି ଘରେ କନ୍ୟା ସନ୍ତାନର କାନ୍ଦ ଶୁଣିଲେ ପରିବାର ଲୋକଙ୍କ ମନ ଶୁଖିଯାଉଛି । ଏଭଳି ହିଁ ଏକ ଘଟଣା ଘଟିଛି ପଞ୍ଜାବର ଭଟିଣ୍ଡାରେ ।
ଏଠାରେ ନବଜାତ ଦୁଇ ଯମଜ ଶିଶୁକନ୍ୟାଙ୍କୁ ଜନ୍ମର ୨ ଘଣ୍ଟା ପରେ ହିଁ ମୃତ୍ୟୁ ଦେଖିବାକୁ ପଡିଛି । ନବଜାତଙ୍କୁ ନାଳରେ ଫୋପାଡି ଦେଇଛି ଜେଜେମା’ । ଭଟିଣ୍ଡାର ବହମାନ୍ ଦିବାନା ଗାଁରେ ରହୁଥିବା ୬୫ ବର୍ଷୀୟ ମଲକିତ୍ କୌର୍ ଏବଂ ତାଙ୍କ ପୁଅ ବଲଜିନ୍ଦର୍ ସିଂହ (୩୭) ଗୁରୁବାର ଦୁଇ ଶିଶୁକନ୍ୟାଙ୍କୁ ନାଳରେ ଫୋପାଡି ଦେଲା ଭଳି କୁକର୍ମ କରିଥିଲେ । କାରଣ ଥିଲା ପୂର୍ବରୁ ମହିଳାଙ୍କ ୧୧ ଏବଂ ୩ ବର୍ଷର ଦୁଇ ଝିଅ ଥିଲେ ଏବଂ ପୁଣିଥରେ ଦୁଇ ଝିଅଙ୍କ ବୋଝକୁ ଉଠାଇବାକୁ ଚାହୁଁନଥିଲା ଜେଜେମା’ । ତେଣୁ ଜନ୍ମ ହେବାର ମାତ୍ର ୨ ଘଣ୍ଟା ପରେ ଦୁଇ କଅଁଳ କଢିଙ୍କୁ ନାଳରେ ଫୋପାଡି ଦେଇଥିଲା ଜେଜେମା’ । ଆଉ ଏଥିରେ ସାଥ୍ ଦେଇଥିଲେ ପୁଅ ବଲଜିନ୍ଦର୍ । ତେବେ ମହିଳାଙ୍କ ଅଭିଯୋଗ ଅନୁସାରେ ଦୁଇ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ଏବଂ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/JEJEMAA.jpg)
/kanak/media/post_attachments/wp-content/uploads/2019/09/1569515455_nani-twin-murder-170x300.jpg)