ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଶତ ପ୍ରତିଶତ ଟିକାକରଣ ହୋଇଥିବା ଗାଁକୁ ମିଳିବ ୧୦ ଲକ୍ଷ ଟଙ୍କାର ବିଶେଷ ସହାୟତା ରାଶି

309

କନକ ବ୍ୟୁରୋ :  ଗାଁରେ କରୋନା ଟିକାକରଣକୁ ପ୍ରୋତ୍ସାହିତ କରିବାକୁ ମଙ୍ଗଳବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଯେଉଁ ଗାଁ ଶତ ପ୍ରତିଶତ ଟିକାକରଣ ଟାର୍ଗେଟ୍ ଫିଲପ କରିବ ସେହି ଗ୍ରାମକୁ ରାଜ୍ୟ ସରକାରଙ୍କ ତରଫରୁ ୧୦ ଲକ୍ଷ ଟଙ୍କାର ବିଶେଷ ସହାୟତା ରାଶି ପ୍ରଦାନ କରାଯିବ । ପଞ୍ଜାବ ସରକାର ‘କରୋନା ମୁକ୍ତ ଗାଁ’ ଅଭିଯାନ ଅଧିନରେ ଏଭଳି ଘୋଷଣା କରିଛନ୍ତି । ଏହାସହ ଗ୍ରାମ ମୁଖିଆ ଓ ସରପଂଚ ମାନଙ୍କୁ ଟିକାକରଣ, ସଚେତନତା, କରୋନା ଟେଷ୍ଟିଂ ଆଦିକୁ ଲୋକମାନଙ୍କ ପାଖରେ ପହଂଚାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ୨ ହଜାରରୁ ଅଧିକ ପଂଚାୟତ ମୁଖିଆଙ୍କ ସହ ସେ ଭର୍ଚୁଆଲି ଆଲୋଚନା କରିଛନ୍ତି ।

ଏହାସହ କରୋନା ପାଇଁ ଜଣେ ସରପଂଚ ଦୈନିକ ପଞ୍ଚାୟତ ପାଣ୍ଠିରୁ ୫ ହଜାର ଟଙ୍କା ଜରୁରୀକାଳୀନ ଖର୍ଚ୍ଚ କରିବାକୁ ସେ ଅନୁମତି ଦେଇଛନ୍ତି । କହିରଖୁ କି, ପଞ୍ଜାବରେ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଏହାସହ ଏବେ ପଞ୍ଜାବରେ ଆକ୍ଟିଭ କେସ୍ ୭୩.୬୧୬ ରହିଛି । ଅନ୍ୟପଟେ କରୋନା ସଂକ୍ରମଣରେ ରାଜ୍ୟରେ ମୋଟ ୧୨ ହଜାର ଲୋକଙ୍କ ଜୀବନ ଯାଇଛି ।

ସେପଟେ ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି ଓ ସୁସ୍ଥକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୨.୬୩,୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪,୩୨୯ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।