କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ୱାଙ୍ଖଡେ ଷ୍ଟାଡିୟମରେ ଛକା ଚୌକାର ବର୍ଷା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ କେଏଲ ରାହୁଲ ଓ ଦିପକ ହୁଡ୍ଡାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ପଞ୍ଜାବ ୨୦ ଓଭରରେ ୬ ୱିକେଟ ହରାଇ ୨୨୧ ରନର କରିଥିଲା । ଫଳରେ ଏବେ ପଞ୍ଜାବ ଆଗରେ ୨୨୨ ରନର ଟାର୍ଗେଟ ରହିଛି ।
ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା ପଞ୍ଜାବ ଦଳ । ପଞ୍ଜାବ ପକ୍ଷରୁ କେଏଲ ରାହୁଲ ୯୧ ରନ, ଦିପକ ହୁଡ୍ଡା ୬୪, କ୍ରିସ ଗେଲ ୪୦ କରିଥିଲେ । ଫଳରେ ୨୦ ଓଭରରେ ୨୨୧ ରନ କରିବାରେ ସକ୍ଷମ ହୋଇଥିଲା ପଞ୍ଜାବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/pp.jpg)