ମୁସେୱାଲାଙ୍କ ହତ୍ୟା ପଛର ଭୟଙ୍କର ସତ । ପୋଲିସ ପୋଷାକ ରଖିଥିଲେ ସୁଟର, ଜାଣନ୍ତୁ କଣ ରହିଛି ପୂରା ଘଟଣା

160

କନକ ବ୍ୟୁରୋ : ପପୁଲାର ପଞ୍ଜାବି ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଗୋଟିଏ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ଏକାଧିକ ସୁଟର ଏକାଠି ହୋଇଥିଲେ । ମୁସେୱାଲାଙ୍କୁ ମାରିବା ପାଇଁ ଗୋଟିଏ କି ଦୁଇ ପ୍ରକାରର ବନ୍ଧୁକ ବ୍ୟବହାର ହୋଇନଥିଲା । ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଏକେ-୪୭ ଠୁ ନେଇ ହାତ ଗୋଳା, ଏବଂ ପୋଲିସ ପୋଷାକ ମଧ୍ୟ ସୁଟର ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । କୁହାଯାଉଛି ମୁସେୱାଲାଙ୍କୁ ଘରେ ପସି ହତ୍ୟା କରିବା ପାଇଁ ହୁକୁମ୍ ଦିଆଯାଇଥିଲା । ତେବେ ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା
ପୋଲିସ ଯେବେ ମୁସେୱାଲା ମର୍ଡର କେସରେ ଧରାପଡିଥିବା ସୁଟରଙ୍କଠୁ ଜବତ ହୋଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଦେଖି ଚମକିପଡିଥିଲେ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କୁ ମାରିବା ପାଇଁ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା । ଏବେ ବି ଆହୁରି ହତିଆର ଜବତ ହେବା ବାକି ରହିଛି । କାରଣ ମୁସେୱାଲା ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ସୁଟର ଏବେ ଯାଏଁ ଗିରଫ ହୋଇନାହାନ୍ତି । ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ବନ୍ଧୁକ ଗୁଳି, ହାତଗୋଳା ବ୍ୟବହାର କରାଯାଇଥିଲା, ସବୁଠୁ ବଡ କଥା ହେଉଛି ଅପରାଧୀଙ୍କ ପାଖରେ ପଞ୍ଜାବ ପୋଲିସର ପୋଷାକ ମଧ୍ୟ ଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛୁ ଅପରାଧୀ ପୋଲିସ ପୋଷାକ ଏବଂ ହାତ ଗୋଳା କଣ ପାଇଁ ରଖିଥେଲେ ?
ମୁସେୱାଲାଙ୍କୁ ଘରେ ପସି ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦୀର୍ଘ ଦିନ ହେବ ମୁସେୱାଲାଙ୍କୁ ମାରିବା ପାଇଁ ସୁଯୋଗ ଖୋଜୁଥିଲେ ବି ସୁଟରଙ୍କ ସବୁ ପ୍ଲାନ୍ ଫସର ଫାଟିଯାଉଥିଲା । ଯାହାକି, ଜେଲରେ ଥିବା ଲରେନ୍ସ ବିଶୋଇ ଏବଂ ଗୋଲ୍ଡି ବରାଡକୁ ବରଦାସ୍ତ ହେଉନଥିଲା । ତେଣୁ ସୁଯୋଗ ନମିଳିଲେ ସିଦ୍ଧୁ ମୁସେୱାଲାଙ୍କୁ ଘରେ ପସି ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେଥିପାଇଁ ସୁଟର ହାତଗୋଳା ସାଙ୍ଗକୁ ପୋଲିସ ପୋଷାକ ରଖିଥିଲେ