କନକ ବ୍ୟୁରୋ : ପୁଲିସଙ୍କ ଉପରେ ଭାରି ପଡ଼ିଲେ ଅମୃତପାଲ ସିଂଙ୍କ ସମର୍ଥକ । ଥାନା ସାମ୍ନାରେ ପୋଲିସକର୍ମୀ ଓ ସମର୍ଥକ ମୁହାଁମୁହିଁ । ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ନେତା ଅମୃତପାଲ ସିଂଙ୍କ ସମର୍ଥକଙ୍କ ଦାଦାଗିରି ଦେଖିବାକୁ ମିିଳିଛି । ନିୟମ ନ ମାନି ସୁରକ୍ଷା ବଳୟକୁ ଭେଦ କରି ଜେଲ ଉପରକୁ ଆକ୍ରମଣ କରିଛନ୍ତି ଖଲିସ୍ତାନୀ ସମର୍ଥକ । ହଜାର ହଜାର ସଂଖ୍ୟକ ସମର୍ଥକ ହାତରେ ବନ୍ଧକୁ, ଖଣ୍ଡା ,ଲାଠି ଧରି ଅଜନାନ ଥାନା ଘେରାଉ କରିଛନ୍ତି । ବହୁ ସଂଖ୍ୟକ ସମର୍ଥକଙ୍କୁ ଦେଖି ପୁଲିସ ବ୍ୟାରିକେଡ଼ ବ୍ୟବସ୍ଥା କରିଥିବାବେଳେ ଏହାକୁ ଭାଙ୍ଗି ଭି୍ତରକୁ ପଶିଯାଇଛନ୍ତି ସମର୍ଥକ । ଫଳରେ ପୋଲିସ ଓ ଖଲିସ୍ତାନୀ ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।

Advertisment

ଘଟଣାରେ ୬ ଜଣ ପୁଲିସ କର୍ମୀ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ବାରିସ ପଂଜାବ ଦେ ସଙ୍ଗଠନର ପ୍ରମୁଖ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଲବପ୍ରୀତ ତୁଫାନିଙ୍କୁ ଗିରଫ କରିବା ବିରୋଧରେ ସମର୍ଥକମାନେ ଅଜନାନା ଥାନା ନିକଟରେ ଏକାଠି ହୋଇଥିଲେ । ହଙ୍ଗାମାର ସୂଚନା ପରେ ଅମୃତପାଲ ସିଂ ଥାନା ଠାରେ ପହଁଚି ଏସଏସପି ସତିନ୍ଦର ସିଂଙ୍କ ସହ ମିଟିଙ୍ଗ ପରେ ଅମୃତପାଲଙ୍କ ସହଯୋଗୀଙ୍କୁ ଜେଲରୁ ମୁକୁଳାଇବାକୁ ଏକ ଘଂଟା ସମୟ ଦିଆଯାଇଥିଲା । ଏହା ଭିତରେ ମଧ୍ୟ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଥିଲେ । ରାଜନୈତିକ କାରଣରୁ ମାମଲା ରୁଜୁ କରାଯାଇଛି ଏବଂ ଯଦି ତୁରନ୍ତ ଲବପ୍ରୀତଙ୍କୁ ଛଡ଼ା ନଯାଏ ତେବେ ଆଗକୁ ଯାହା ହେବ ସେଥିପାଇଁ ସେ ଦାୟୀ ନୁହେଁ ବୋଲି କହିଛନ୍ତି ।