କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୩୬ ରନର ବିଜୟଲକ୍ଷ୍ୟ । ଆବୁଧାବିରେ ଖେଳାଯାଉଥିବା ଆଇପିଏଲର ୪୨ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ତେବେ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ମୈଦାନକୁ ଓହ୍ଲାଇଥିବା ପଞ୍ଜାବ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲା ।
ଦୁଇ ଓପନର ଅଧିନାୟକ କେଏଲ ରାହୁଲ ଏବଂ ମନଦୀପ ସିଂହ ଭଲ ଖେଳିଥିଲେ ମଧ୍ୟ ପରେ ଦଳକୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିଲା । ତେବେ ନିର୍ଦ୍ଧାରିତ ଓଭରରେ ୬ଟି ଓି୍ୱକେଟ୍ ହରାଇ ୧୩୫ ରନ୍ କରିବାକୁ ସକ୍ଷମ ହୋଇଛି ପଞ୍ଜାବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/mumbai.jpg)