ହାଇଦ୍ରାବାଦର ସାନଦାର ବୋଲିଂ । ୧୨୬ ରନ କଲା ପଞ୍ଜାବ । ହାଇଦ୍ରାବାଦ ଆଗରେ ୧୨୭ ରନର ବିଜୟ ଲକ୍ଷ୍ୟ ।

91

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ହାଇଦ୍ରାବାଦ ବୋଲରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ପଞ୍ଜାବ ମାତ୍ର ୧୨୬ ରନ କରିବାରେ ସକ୍ଷମ ହୋଇଛି । ଏହାସହ ୧୨୭ ରନର ବିଜୟ ଲକ୍ଷ୍ୟ ନେଇ ଏବେ ମୈଦାନକୁ ଓହ୍ଲାଇବ ହାଇଦ୍ରାବାଦ ଦଳ । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ଭଲ ପାଳି ଖେଳିବାକୁ ହେବ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ପଞ୍ଜାବ ଦଳ । ପଞ୍ଜାବ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିନଥିଲେ । ଦଳ ପକ୍ଷରୁ ନିକୋଲ୍ସ ପୂରଣ ୩୨ ଓ କେଏଲ ରାହୁଲ ୨୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୨୬ ରନ କରିଛି ।

ଏବେ ୧୨୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ହାଇଦ୍ରାବାଦ ଦଳ । ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ବେୟାରଷ୍ଟୋ ଓ ମନୀଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।