ମରଣ ମୁହଁରେ ମାନବିକତା ! ଖୁଣ୍ଟରେ ବାନ୍ଧିଲେ , ନିସ୍ତୁକ ପିଟିଲେ , ପାଣି ମାଗିବାରୁ ପରିସ୍ରା ପିଆଇଲେ

240

ପଞ୍ଜାବର ସଂଗରୁରରୁ ମାନବିକତାର ମୁଣ୍ଡ ନୁଆଁଇଲା ଭଳି ଏକ ଖବର ସାମ୍ନାକୁ ଆସିଛି । ଜଣେ ୩୭ ବର୍ଷ ଦଳିତ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ପରେ ପାଣି ପିଆଇବା ପରିବର୍ତ୍ତେ ପରିସ୍ରା ପିଆଇଥିଲେ ଅଭିଯୁକ୍ତ । ପୀଡିତ ଯୁବକଙ୍କୁ ଶୋଷ ଲାଗିବାରୁ ସେ ଅଭିଯୁକ୍ତଙ୍କୁ ପାଣି ମାଗିଥିଲେ କିନ୍ତୁ ପାଣି ପରିବର୍ତ୍ତେ ତାଙ୍କୁ ପିଇବାକୁ ପଡିଥିଲା ପରିସ୍ରା । ପୋଲିସ କହିବାନୁସାର , ଛାଙ୍ଗଲିୱାଲା ନିବାସୀ ପୀଡିତ ରିଙ୍କୁ ଓ ଅଭିଯୁକ୍ତଙ୍କ ସହ ତାଙ୍କର ବିବାଦ ଥିଲା । ପୀଡିତଙ୍କ କହିବାନୁଯାୟୀ ନଭେମ୍ବର ୭ ରେ ରିଙ୍କୁ ଗଣ୍ଡଗୋଳ କରିବାକୁ ନିଜ ଘରକୁ ଡାକିଥିଲା । ସେ ଘରକୁ ପଂହଚିଥିଲେ ହେଲେ ତା ପୂର୍ବରୁ ପ୍ରସ୍ତୁତ ହୋଇ ରିଙ୍କୁକୁ ଅଭିଯୁକ୍ତମାନେ ନିସ୍ତୁକ ମାଡ ମାରିଥିଲେ । ସେ ଯେତେବେଳେ ପାଣି ମାଗିଥିଲେ ତାଙ୍କୁ ବଳପୂର୍ବକ ପରିସ୍ରା ପିଇବାକୁ ଦେଇଥିଲେ ।

ପୋଲିସ୍ କହିବା ମୁତାବକ , ଅଭିଯୁକ୍ତ ୪ ଜଣଙ୍କ ବିରୋଧରେ ବେଆଇନ ଖୁଣ୍ଟରେ ବାନ୍ଧି ମାଡମାରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ପଞ୍ଜାବ ଅନୂସୁଚିତ ଜାତି ଆୟୋଗ ସଙ୍ଗଠନରୁ ବରିଷ୍ଠ ପୁଲିସ ଅଧକ୍ଷକଙ୍କୁ ମାମଲା ରିପୋର୍ଟ ଦେବାକୁ କହିଛି । ଆୟୋଗର ଅଧ୍ୟକ୍ଷ ତେଜିନ୍ଦର କୌର ଏକ ବୟାନରେ କହିଛନ୍ତି ଯେ, ଗଣମାଧ୍ୟମରେ ଖବର ଆସିବା ପରେ ଘଟଣା ସମ୍ପର୍କରେ ଜାଣିବା ପରେ ରିପୋର୍ଟ ମଗାଯାଇଛି ।